ଶିବଲିଙ୍ଗ ଭାଙ୍ଗିଲେ ଦୁର୍ବୃତ୍ତ, ଆଜି ଚମ୍ପୁଆ ବନ୍ଦ
ଓଏଲ୍ ବ୍ୟୁରୋ: ନୀଳକଣ୍ଠେଶ୍ଵର ମନ୍ଦିରର ଶିବଲିଙ୍ଗ ଭାଙ୍ଗିବା ଘଟଣାକୁ ନେଇ ଆଜି ଚମ୍ପୁଆ ବନ୍ଦ ରଖାଯାଇଛି। କେନ୍ଦୁଝର ସୀମାନ୍ତ ନୀଳକଣ୍ଠେଶ୍ଵର ମନ୍ଦିରର ଶିବଲିଙ୍ଗ ଭାଙ୍ଗିଥିଲେ ଦୁର୍ବୃତ୍ତ। ଯାହାକୁ ନେଇ ଅସନ୍ତୋଷ ସୃଷ୍ଟି ହୋଇଛି। ଏହା ପରେ ଆଜି ଚମ୍ପୁଆରେ ଦୋକାନ ବଜାର, ସ୍କୁଲ, କଲେଜ ଓ ଗାଡ଼ି ଚଳାଚଳ ବନ୍ଦ ରହିଛି।