ଛଠ୍ ପୂଜା ପାଇଁ ଛୁଟି, ଗୁରୁବାର ସାର୍ବଜନିକ ଛୁଟି ଘୋଷଣା କଲେ ସରକାର
ଓଏଲ୍ ବ୍ୟୁରୋ: ନଭେମ୍ବର ୭ ତାରିଖରେ ଦିଲ୍ଲୀରେ ସାର୍ବଜନିକ ଛୁଟି ଘୋଷଣା କରାଯାଇଛି। ଛଠ୍ ପୂଜା ପାଇଁ ସରକାର ସାର୍ବଜନିକ ଛୁଟି ଘୋଷଣା କରିଛନ୍ତି। ଏହିଦିନ ଅସ୍ତଚଳଗାମୀ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଅର୍ପଣ କରାଯିବ। ଦିଲ୍ଲୀର ଉପରାଜ୍ୟପାଳ ଭିକେ ସକ୍ସେନା ଏନେଇ ଏକ ପ୍ରସ୍ତାବ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀଙ୍କ ନିକଟକୁ ପଠାଇଥିଲେ। ମୁଖ୍ୟମନ୍ତ୍ରୀ ଆତିଶୀ ଏଲଜିଙ୍କ ଉକ୍ତ ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି। ନଭେମ୍ବର ୭କୁ ସାର୍ବଜନିକ ଛୁଟି ଘୋଷଣା କରିବା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଉପରାଜ୍ୟପାଳ ଅନୁରୋଧ କରିଥିଲେ।
ସୂଚନାଯୋଗ୍ୟ ଯେ, ପୂର୍ବରୁ ଛଠ ପୂଜା ଦିଲ୍ଲୀର ପ୍ରତିବନ୍ଧିତ ଛୁଟି ଲିଷ୍ଟରେ ସାମିଲ ରହିଥିଲା। ଉପରାଜ୍ୟପାଳ ମୁଖ୍ୟମନ୍ତ୍ରୀଙ୍କୁ ଲେଖିଥିବା ଚିଠିରେ ଲେଖିଥିଲେ, ‘ଆଗାମୀ କିଛି ଦିନ ମଧ୍ୟରେ ଛଠ ପୂଜା ପଡ଼ିବ। ଏହି ମହାପର୍ବ ୪ ଦିନ ପର୍ଯ୍ୟନ୍ତ ପାଳନ କରାଯିବ। ତୃତୀୟ ଦିନ ସୂର୍ଯ୍ୟାସ୍ତ ସମୟରେ ସୂର୍ଯ୍ୟଙ୍କୁ ‘ଅର୍ଘ୍ୟ’ ଦିଆଯିବ, ତାହାକୁ ବେଶ୍ ମହତ୍ୱପୂର୍ଣ୍ଣ ଭାବେ ଗଣାଯାଇଥାଏ। ଚଳିତ ବର୍ଷ ଛଠ ପୂଜା ଅବସରରେ ନଭେମ୍ବର ୭ରେ ଅସ୍ତଚଳଗାମୀ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦିଆଯିବ। ପୂର୍ବରୁ ଦିଲ୍ଲୀ ସରକାରଙ୍କ ପ୍ରତିବନ୍ଧିତ ଛୁଟି ଲିଷ୍ଟରେ ଛଠ ପୂଜା ରହିଥିଲା। ତେଣୁ ନଭେମ୍ବର ୭ (ଗୁରୁବାର) ଦିନକୁ ଛୁଟି ଘୋଷଣା କରିବା ପାଇଁ ମୁଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରୁଛି।