ବଲାଙ୍ଗିରକୁ ୮୯୦ କୋଟିର ଭେଟି, ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ଥର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ
ଓଏଲ୍ ବ୍ୟୁରୋ: ବଲାଙ୍ଗିରରେ ବଢ଼ିବ ବିକାଶର ବେଗ। ଲୋକଙ୍କୁ ଉନ୍ନତ ସେବା ପ୍ରଦାନ ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ବଲାଙ୍ଗିରରେ ବିଭିନ୍ନ ଜନ କଲ୍ୟାଣକାରୀ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ବଲାଙ୍ଗିରବାସୀଙ୍କୁ ୮୯୦ କୋଟିରୁ ଅଧିକ ଟଙ୍କାର ମୁଖ୍ୟମନ୍ତ୍ରୀ ପ୍ରକଳ୍ପ ଭେଟି ପ୍ରଦାନ କରିଛନ୍ତି। ୫୦ଟି ପ୍ରକଳ୍ପ ପାଇଁ ଆନୁମାନିକ ୮୦୦ କୋଟିର ଉଦଘାଟନ ଓ ଭିତ୍ତି ପ୍ରସ୍ଥର ସ୍ଥାପନ କରିଛନ୍ତି। ୩୦୦ କୋଟିର ଜଳ ସେଚନ ପ୍ରକଳ୍ପ, ୧୧୮ କୋଟି ଟଙ୍କାର ବାଇପାସ ରୋଡ୍ର ଶିଳାନ୍ୟାସ କରିଛନ୍ତି।