ବିକାଶ ପଥେ ବଲାଙ୍ଗିର, ୮୯୦ କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେବେ ମୁଖ୍ୟମନ୍ତ୍ରୀ
ଓଏଲ୍ ବ୍ୟୁରୋ: ବଲାଙ୍ଗିରରେ ବଢ଼ିବ ବିକାଶର ବେଗ। ବଲାଙ୍ଗିର ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଲୋକଙ୍କୁ ଉନ୍ନତ ସେବା ପ୍ରଦାନ ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ବଲାଙ୍ଗିରରେ ବିଭିନ୍ନ ଜନ କଲ୍ୟାଣକାରୀ ପ୍ରକଳ୍ପର ଶୁଭାରମ୍ଭ କରିବାକୁ ଯାଉଛନ୍ତି। ସାରା ଜିଲ୍ଲାରେ ମୁଖ୍ୟମନ୍ତ୍ରୀ ୫୦ଟି ପ୍ରକଳ୍ପ ପାଇଁ ଆନୁମାନିକ ୮୦୦ କୋଟିର ଉଦଘାଟନ ଓ ଭିତ୍ତି ପ୍ରସ୍ଥର ସ୍ଥାପନ କରିବେ। ୩୦୦ କୋଟିର ଜଳ ସେଚନ ପ୍ରକଳ୍ପ, ୧୧୮ କୋଟି ଟଙ୍କାର ବାଇପାସ ରୋଡ୍ର ଶିଳାନ୍ୟାସ କରିବେ।
ବଲାଙ୍ଗିର ସହିତ ପାଟଣାଗଡ ଉପଖଣ୍ଡରେ ମଧ୍ୟ କାର୍ଯ୍ୟକ୍ରମ ଥିବାବେଳେ ବେଲପଡା ଲାନ୍ଥ ପ୍ରକଳ୍ପର ଭୂମିପୁଜନ କରିବେ। ଏହା ପରେ ସଡକ ପଥରେ ପାଟଣାଗଡ ଆସି ପାଟଣାଗଡ ନବ ନିର୍ମିତ ଉପଖଣ୍ଡ ଚିକିତ୍ସାଲୟ ଓ ଡାଇଲୋସିସ ସେଣ୍ଟର ଉଦ୍ଘାଟନ କରିବେ ,ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପାଟଣାଗଡ ବାସୀଙ୍କ ବହୁ ପ୍ରତିକ୍ଷିତ ବାଇପାସ ରୋଡର ଭୂମି ପୁଜନ କରିବେ।