୭ ଦିନିଆ ଲଣ୍ଡନ ଗସ୍ତରେ ଉପମୁଖ୍ୟମନ୍ତ୍ରୀ, ବିଶ୍ୱ ପର୍ଯ୍ୟଟନ କନକ୍ଳେଭରେ ଦେବେ ଯୋଗ
ଓଏଲ୍ ବ୍ୟୁରୋ: ପ୍ରଥମଥର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବିଦେଶ ଗସ୍ତ କରିଛନ୍ତି। ଆଜିଠୁ ୯ ତାରିଖ ପର୍ଯ୍ୟନ୍ତ ୭ ଦିନିଆ ଲଣ୍ଡନ ଗସ୍ତରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ଉପମୁଖ୍ୟମନ୍ତ୍ରୀ ହେବା ପରେ ଶ୍ରୀମତୀ ପରିଡ଼ା ପ୍ରଥମ ଥର ପାଇଁ ବିଦେଶ ଗସ୍ତ କରୁଛନ୍ତି। ଏଠାରେ ସେ ଓଡ଼ିଶା ପର୍ଯ୍ୟଟନ: ପ୍ରବାସୀ ଏବଂ ଇଣ୍ଡଷ୍ଟ୍ରି ଲିଡରଙ୍କ ସହ ସମ୍ପର୍କକୁ ମଜବୁତ କରିବା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ।
ଲଣ୍ଡନରେ ବିଶ୍ୱ ପର୍ଯ୍ୟଟନ କନକ୍ଳେଭରେ ଯୋଗ ଦେବେ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ସହ ପର୍ଯ୍ୟଟନ ସଚିବ, ଉନ୍ନୟନ କମିଶନର ମଧ୍ୟ ଲଣ୍ଡନ ଗସ୍ତ କରିଛନ୍ତି। ଲଣ୍ଡନରେ ଓଡ଼ିଆ ଓ ପ୍ରବାସୀ ଭାରତୀୟଙ୍କୁ ଭେଟିବେ। ବିଦେଶୀ ପର୍ଯ୍ୟଟକଙ୍କୁ ଓଡ଼ିଶା ଆସିବାକୁ ଆକୃଷ୍ଟ କରିବେ।
ବିଦେଶ ମାଟିରେ ଶ୍ରୀମତୀ ପରିଡା ଓଡ଼ିଶା ପର୍ଯ୍ୟଟନ ବିକାଶର ଅପାର ସମ୍ଭାବନା ଉପରେ ଆଲୋକପାତ କରିବେ। ଏହି ଗସ୍ତ ଓଡିଶାର ପର୍ଯ୍ୟଟନ ପ୍ରତି ବିଦେଶୀ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବା ସହ ରାଜ୍ୟ ପର୍ଯ୍ୟଟନ ଶିଳ୍ପରେ ଅଧିକ ପୁଞ୍ଜିନିବେଶକୁ ତ୍ୱରାନ୍ୱିତ କରିବ ବୋଲି ଦୃଢ଼ ଆଶା କରାଯାଉଛି।