Odisha Link
Bridging the Missing Links in Odisha

ନିର୍ବାଚନ ପୂର୍ବରୁ ଝାଡ଼ଖଣ୍ଡରେ ଭୂକମ୍ପ ଝଟକା

ଓଏଲ୍‌ ବ୍ୟୁରୋ: ଝାଡ଼ଖଣ୍ଡରେ ଚାଲିଛି ନିର୍ବାଚନ ମହାସମର। ଏହାରି ମଧ୍ୟରେ ଆଜି ସକାଳୁ ଭୂକମ୍ପ ଝଟକାରେ ଦୋହଲିଛି ଝାଡ଼ଖଣ୍ଡ। ୫ ସେକେଣ୍ଡ ପର୍ଯ୍ୟନ୍ତ ଝାଡ଼ଖଣ୍ଡ ଥରିବାରେ ଲାଗିଥିଲା। ଭୂକମ୍ପର ତୀବ୍ରତା ରେକ୍ଟର ସ୍କେଲରେ ୪.୩ ରହିଥିଲା। ଭୂକମ୍ପର କେନ୍ଦ୍ରସ୍ଥଳ ଝାଡ଼ଖଣ୍ଡର ଖସରାଓ୍ବା ଜିଲ୍ଲାରୁ ୧୩ କିମି ଦୂରରେ ଥିଲା। ଲଗାତାର ଭୂକମ୍ପ ହେବା ଫଳରେ ଲୋକେ ଭୟଭୀତ ହୋଇ ଘରୁ ବାହାରକୁ ପଳାଇ ଆସିଥିଲେ। ଏହି ଭୂକମ୍ପରେ କିଛି କ୍ଷୟକ୍ଷତି ହୋଇ ନଥିବା ଜଣାପଡ଼ିଛି।

ସକାଳ ୯ଟା ବାଜି ୨୦ ମିନିଟରେ ଭୂକମ୍ପ ଅନୁଭୂତ ହୋଇଥିଲା। ଯାହାରିଫଳରେ ଲୋକେ ଘର ଛାଡ଼ି ବାହାରକୁ ପଳେଇ ଆସିଥିଲେ। ମିଳିଥିବା ସୂଚନା ମୁତାବକ ଝାଡ଼ଖଣ୍ଡର ଜାମଶେଦପୁରର କିଛି ଅଞ୍ଚଳରେ ଭୂକମ୍ପ ଝଟକା ଲାଗିଥିଲା। ଏହାବ୍ୟତୀତ ରାଞ୍ଚିର ତମାଡ଼ ଅଞ୍ଚଳରେ ବି ଭୂକମ୍ପ ଅନୁଭୂତ ହୋଇଥିଲା।

ସୂଚନାଥାଉକି, ନଭେମ୍ବର ୧୩ ଓ ୨୦ ତାରିଖରେ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଭୋଟ୍‌ ପଡ଼ିବ। ସେହିପରି ନଭେମ୍ବର ୨୩ ତାରିଖରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବ। ଚଳିତଥର ଝାଡ଼ଖଣ୍ଡ ନିର୍ବାଚନରେ ୨.୬ କୋଟି ଭୋଟର ନିଜର ମତ ସାବ୍ୟସ୍ତ କରିବେ। ସେ ମଧ୍ୟରେ ମହିଳା ଭୋଟର ୧.୨୯ କୋଟି ଥିବା ବେଳେ ପୁରୁଷ ଭୋଟରଙ୍କ ସଂଖ୍ୟା ୧.୩୧ ରହିଛି। ସେହିପରି ୧୧.୮୪ ଲକ୍ଷ ୧୮ରୁ ୧୯ ବର୍ଷିୟ ଭୋଟର ପ୍ରଥମ ଥର ପାଇଁ ନିଜ ମତ ସାବ୍ୟସ୍ତ କରିବେ। ୬୬.୮୪ ଲକ୍ଷ ଯୁବ ଭୋଟର ଚଳିତ ଥର ନିର୍ବାଚନରେ ନିଜର ମତ ସାବ୍ୟସ୍ତ କରିବେ।

Leave A Reply

Your email address will not be published.