ଭାରତୀୟ ଖେଳାଳିଙ୍କୁ ନର୍ଭସ ୯୦ ଭୟ, ଗାଙ୍ଗୁଲିଙ୍କ ରାସ୍ତାରେ ଗିଲ୍
![](https://www.odishalink.com/wp-content/uploads/2024/11/nervous-90-team-india-750x430.jpg)
ଓଏଲ୍ ବ୍ୟୁରୋ: ମୁମ୍ବାଇ ଟେଷ୍ଟରେ ଟିମ୍ ଇଣ୍ଡିଆ ପାଇଁ ସଙ୍କଟମୋଚକ ସାଜିଛନ୍ତି ଶୁଭମନ ଗିଲ୍। ମାତ୍ର ୮୪ ରନ୍ରେ ୪ଟି ଓ୍ବିକେଟ ହରାଇ ସଙ୍କଟରେ ପଡ଼ିଥିଲା ଭାରତ। ଗିଲ୍ ଓ ପନ୍ତଙ୍କ ଯୁଗଳବନ୍ଦୀ ଭାରତୀୟ ଦଳ ପାଇଁ ସଙ୍କଟମୋଚକ ଇନିଂସ୍ ଖେଳିଥିଲେ। ହେଲେ ଗିଲ୍ ନିଜର ଶତକ ପୁରା କରିବାରେ ବିଫଳ ହୋଇଥିଲେ। ଗିଲ୍ ନର୍ଭସ ୯୦ର ଶିକାର ହୋଇଥିଲେ।
ମୁମ୍ବାଇ ଟେଷ୍ଟର ପ୍ରଥମ ଇନିଂସରେ ଗିଲ୍ ୧୪୬ଟି ବଲ୍ ଖେଳି ୭ ଚୌକା ଓ ଗୋଟିଏ ଛକା ବଳରେ ୯୦ ରନ୍ ସ୍କୋର କରିଥିଲେ। ଗିଲ୍ ଟେଷ୍ଟ କ୍ରିକେଟରେ ତୃତୀୟ ଥର ପାଇଁ ନର୍ଭସ୍ ୯୦ର ଶିକାର ହୋଇଥିଲେ। ଗିଲ୍ ସବୁଠୁ ଅଧିକ ନର୍ଭସ୍ ୯୦ ଭାରତୀୟ ଖେଳାଳି ତାଲିକାର ସଂଯୁକ୍ତ ଭାବେ ୭ମ ସ୍ଥାନରେ ରହିଛନ୍ତି। ଗିଲ୍ଙ୍କ ବ୍ୟତୀତ ସୌରଭ ଗାଙ୍ଗୁଲି, ଅଜିତ ଓ୍ବାଡେକର, ମହିନ୍ଦର ଅମରନାଥ ଓ ଦିଲ୍ଲୀପ ଭଙ୍ଗସେକର ୩ଥର ଲେଖାଏଁ ନର୍ଭସ ୯୦ର ଶିକାର ହୋଇଛନ୍ତି।
ନର୍ଭସ ୯୦: ଆଗରେ ମାଷ୍ଟର ବ୍ଲାଷ୍ଟର
ପୂର୍ବତନ କ୍ରିକେଟର ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଭାରତୀୟ ଖେଳାଳି ଭାବେ ସର୍ବାଧିକ ଥର ନର୍ଭସ ୯୦ାର ଶିକାର ହୋଇଛନ୍ତି। ସଚିନ ତେନ୍ଦୁଲକର ୧୦ଥର ନର୍ଭସ ୯୦ର ଶିକାର ହୋଇଛନ୍ତି। ତାଙ୍କ ପଛକୁ ଦ୍ବିତୀୟ ସ୍ଥାନରେ ରାହୁଲ ଦ୍ରାବିଡ(୦୯) ରହିଛନ୍ତି। ସେହିପରି ତୃତୀୟ ସ୍ଥାନରେ ଋଷଭ ପନ୍ତ (୭), ୪ର୍ଥରେ ସୁନୀଲ ଗାଭାସ୍କର (୫), ୫ମରେ ଏମ୍ ଏସ୍ ଧୋନି ଓ ସୁନୀଲ ଗାଭାସ୍କର ସଂଯୁକ୍ତ ଭାବେ (୫) ଓ ୬ଷ୍ଠ ଓ୍ଥାନରେ ସଂଯୁକ୍ତ ଭାବେ ବୀରେନ୍ଦ୍ର ସେହଓ୍ବାଗ, ଭିଭିଏସ୍ ଲକ୍ଷ୍ମଣ ଓ ନବଜ୍ୟୋତି ସିଂ ସିନ୍ଧୁ(୪) ରହିଛନ୍ତି।