ନନ୍ଦନକାନନରେ ନୂଆ ଅତିଥି, ମାଆ ହେଲା ବାଘୁଣୀ ରୂପା
ଓଏଲ୍ ବ୍ୟୁରୋ: ନନ୍ଦନକାନନ ପ୍ରାଣୀ ଉଦ୍ୟାନରୁ ଆସିଲା ଖୁସିର ଖବର। ମାଆ ହେଲା ବାଘୁଣୀ ରୂପା। ତୃତୀୟ ଥର ମାଆ ହେଲା ବାଘୁଣୀ ରୁପା। କ୍ରୀଷ୍ଣା ଏବଂ ରୂପା ମିଳନରେ ଧଳା ବାଘୁଣୀ ରୂପା ଔରସରୁ ୪ ଶାବକ ଜନ୍ମ ନେଇଛନ୍ତି। ଏଥିସହ ବାଘ ସଂଖ୍ୟା ୨୮କୁ ବୃଦ୍ଧି ପାଇଛି ବୋଲି ନନ୍ଦନକାନନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ସେପଟେ ଖୁଆଡୋ ଚାରିପଟେ ସିସିଟିଭି କ୍ୟାମେରା ଖଞ୍ଜାଯାଇଛି। ନନ୍ଦନକାନନର ସ୍ଵତନ୍ତ୍ର ଟିମ୍ କଡ଼ା ନଜର ରଖିଛନ୍ତି। ବାଘର ସ୍ୱାସ୍ଥ୍ୟ ଅବସ୍ଥା ଉପରେ ମଧ୍ୟ ନଜର ରଖାଯାଇଛି।