Odisha Link
Bridging the Missing Links in Odisha

ଉତ୍ତରାଖଣ୍ଡରେ ବଡ଼ ଦୁର୍ଘଟଣା: ମୃତକଙ୍କ ସଂଖ୍ୟା ୨୦ରୁ ଅଧିକ

ଓଏଲ୍‌ ବ୍ୟୁରୋ: ଉତ୍ତରାଖଣ୍ଡରେ ବଡ଼ ଦୁର୍ଘଟଣା ଖବର ସାମ୍ନାକୁ ଆସିଛି। ରାମନଗରର ଅଲମୋରା ମାର୍ଚୁଲାରେ ଖାଇକୁ ଖସିଲା ଯାତ୍ରୀବାହୀ ବସ୍‌। ୪୫ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ବସ୍‌ ଖାଇକୁ ଖସିବା ଫଳରେ ୨୨ ଜଣଙ୍କର ମୃତ୍ୟୁ ହୋଇଛି। ଆଉ ଅନେକ ଆହତ ହୋଇଥିବା ପ୍ରାଥମିକ ସୂଚନା ରହିଛି। ଘଟଣାସ୍ଥଳରେ ଏସିଡିଆରଏଫ ଓ ପୁଲିସ ଟିମ୍‌ ପହଁଞ୍ଚି ଉଦ୍ଧାର କାର୍ଯ୍ୟରେ ଲିପ୍ତ ଅଛନ୍ତି।

ସୋମବାର ଗୌରାଖାଲରୁ ଏକ ବସ୍‌ ରାମନଗରରୁ ବାହାରିଥିଲା। ଏହି ବସ୍‌ରେ ମୋଟ ୪୫ ଜଣ ଯାତ୍ରୀ ଥିଲେ। ତେବେ ସଲ୍ଟ କୁପି ନିକଟରେ ଡ୍ରାଇଭର ନିୟନ୍ତ୍ରଣ ହରାଇଥିଲେ। ଯାହାଫଳରେ ଖାଇକୁ ଖସି ପଡ଼ିଥିଲା ବସ୍। ତେବେ ଦୁର୍ଘଟଣା ସମୟରେ କିଛି ଯାତ୍ରୀ ବସ୍‌ରୁ ବାହାରକୁ ଡେଇଁ ପଡି ଆହତ ହୋଇଥିଲେ। ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଦୁର୍ଘଟଣା ସମ୍ପର୍କରେ ଜଣେ ଆହତ ଯାତ୍ରୀ ସକାଳ ୯ଟାରେ କଣ୍ଟ୍ରୋଲ ରୁମକୁ ଫୋନ କରି କହିଥିଲେ। ସରକାରୀ କର୍ମଚାରୀ ବିନୀତ ପାଲ କହିଛନ୍ତି, ଦୁର୍ଘଟଣାସ୍ଥଳକୁ ଉଦ୍ଧାରକାରୀ ଦଳ ପଠାଯାଇଛି। ସେମାନେ ତାଙ୍କ କାର୍ଯ୍ୟ କରୁଛନ୍ତି। ଏହି ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୧୫ ଜଣଙ୍କର ମୃତ୍ୟୁ ହୋଇଛି।

ଆଗକୁ ମୃତ୍ୟୁ ସଂଖ୍ୟା ବଢ଼ିବାର ଆଶଙ୍କା ଥିବା କହିଛନ୍ତି। ଏଥିସହିତ ସେ କହିଛନ୍ତି ଯେ ଆହତ ଯାତ୍ରୀଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣା ଖବରରେ ଶୋକ ପ୍ରକାଶ କରିଛନ୍ତି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ। ଓଭରଲୋଡିଂ ଯୋଗୁଁ ଦୁର୍ଘଟଣା ହୋଇଥିବା ସନ୍ଦେହ କରାଯାଉଛି।

Leave A Reply

Your email address will not be published.