ବିଜେଡି ଛାଡ଼ି ବିଜେପିରେ ମିଶିଲେ ବ୍ଲକ ଅଧ୍ୟକ୍ଷା
ଓଏଲ୍ ବ୍ୟୁରୋ: ସରକାରରୁ ଗାଦିଚ୍ୟୁତ ହେବା ପରେ ବିଜୁ ଜନତା ଦଳକୁ ନେଇ ପ୍ରତିଦିନ ଆସୁଛି ନୂଆ କଥା। ବିଜେପି ବିଜେଡିକୁ ଟାର୍ଗେଟ କରୁଥିବା ବେଳେ ବିଜେଡି ନେତା ଦଳୀୟ କନ୍ଦଳ କଥା କହିବାରେ ଲାଗିଛନ୍ତି। ଏସବୁ ମଧ୍ୟରେ ସାମ୍ନାକୁ ଆସିଛନ୍ତି ବିଜେଡି ବିଜେଡି ଛାଡ଼ିଥିବା କେନ୍ଦୁଝର ସାହାରପଡ଼ା ବ୍ଲକ ଅଧ୍ୟକ୍ଷା ରୀନା ନାଏକ।
ବିଜେଡି ଛାଡ଼ିବା ପରେ ବିଜେପିରେ ବିଧିବଧ ଭାବେ ସାମିଲ ହୋଇଛନ୍ତି ସାହାରପଡ଼ା ବ୍ଲକ ଅଧ୍ୟକ୍ଷା। ଭୁବନେଶ୍ଵରରେ ମୁଖ୍ୟମନ୍ତ୍ରୀ ବାସଭବନରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେପିରେ ସାମିଲ୍ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦିଲ୍ଲୀ ଗସ୍ତ ପୂର୍ବରୁ ସାହାରପଡ଼ା ବ୍ଲକ ଅଧ୍ୟକ୍ଷା ରୀନା ନାଏକ ବିଜେଡି ଛାଡ଼ିବା ପରେ ବିଜେପିରେ ସାମିଲ ହୋଇଛନ୍ତି।