Odisha Link
Bridging the Missing Links in Odisha

ଦୀପାବଳି ସରିଲା, ଦିଲ୍ଲୀରେ ବାୟୁ ପ୍ରଦୂଷଣ ସ୍ଥିତି ସାଂଘାତିକ

ଓଏଲ୍‌ ବ୍ୟୁରୋ: ଦିଲ୍ଲୀରେ ବାୟୁ ପ୍ରଦୂଷଣ ସ୍ଥିତି ସାଂଘାତିକ। ଯାନବାହନରୁ ନିର୍ଗତ ଧୂଆଁ ଏବଂ ନଡ଼ା ଜଳା ଯୋଗୁ ଦିଲ୍ଲୀ ସମେତ ଏନସିଆର ଅଞ୍ଚଳର ପ୍ରଦୂଷଣ ସ୍ଥିତି ଚିନ୍ତାଜନକ ରହିଥିଲା ବେଳେ ଦୀପାବଳି ପରେ ଏହି ସ୍ଥିତି ଆହୁରି ଉଦବେଗଜନକ ହୋଇପଡ଼ିଛି। ପ୍ରଦୂଷଣର ମାତ୍ରା ଏତେ ବୃଦ୍ଧି ପାଇଛି ଯେ, ବର୍ତ୍ତମାନ ଦିଲ୍ଲୀ ବିଶ୍ୱର ସବୁଠାରୁ ପ୍ରଦୂଷିତ ସହର ପାଲଟିଛି । ଏହାକୁ ନେଇ ଦିଲ୍ଲୀବାସୀଙ୍କ ସ୍ଥିତି ମଧ୍ୟ ଦିନକୁ ଦିନ ଚିନ୍ତାଜନକ ହୋଇପଡ଼ୁଛି।

ଦୀପାବଳି ରାତିରେ ଦିଲ୍ଲୀର ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ସର୍ବାଧିକ ସ୍ତରରେ ପହଞ୍ଚିଛି। ଯାହା ଚଳିତ ବର୍ଷର ସର୍ବାଧିକ ସ୍ଥିତି ବୋଲି କୁହାଯାଉଛି। ଡିଜିଟାଲ୍ ପ୍ଲାଟଫର୍ମ ‘ଲୋକାଲ୍ ସର୍କଲ୍’ ଦ୍ୱାରା ଏହି ସର୍ବେକ୍ଷଣ କରାଯାଇଥିଲା ବେଳେ ଏଥିରେ ଦିଲ୍ଲୀ-ଏନସିଆରର ପ୍ରାୟ ୨୧ ହଜାରରୁ ଅଧିକ ଲୋକଙ୍କ ମତାମତ ସଂଗ୍ରହ କରାଯାଇଥିଲା। ଦିଲ୍ଲୀର ବାୟୁ ଗୁଣବତ୍ତା ଦିନକୁ ଦିନ ଅଧିକ ଖରାପ ହେଉଥିବାରୁ ପ୍ରତି ୧୦ଟି ପରିବାରରୁ ପ୍ରାୟ ୭ ପରିବାର ପ୍ରଭାବିତ ହୋଇଥିବା କୁହାଯାଇଛି। ଏହାକୁ ନେଇ ଦିଲ୍ଲୀବାସୀଙ୍କ ସ୍ଥିତି ମଧ୍ୟ ଦିନକୁ ଦିନ ଚିନ୍ତାଜନକ ହୋଇପଡ଼ୁଛି।

Leave A Reply

Your email address will not be published.