Odisha Link
Bridging the Missing Links in Odisha

ଜୀବନ ନେଲା ଆମ୍ବଟାକୁଆ, ମୃତ୍ୟୁର କାରଣ କହିଲେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ..

ଓଏଲ୍‌ ବ୍ୟୁରୋ: ଦୀପାବଳିରେ ସାମ୍ନାକୁ ଆସିଥିଲା ଅଭାବନୀୟ ଘଟଣା। ଆମ୍ବ ଟାକୁଆ ଖାଇ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଅସୁସ୍ଥ ହୋଇଥିବା ଅଭିଯୋଗ ହୋଇଛି। ଆମ୍ବଟାକୁଆ ମୃତ୍ୟୁ ଘଟଣାର କାରଣ କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ। ସେ କହିଛନ୍ତି, ଏସ୍‌ସିବିରେ ଚିକିତ୍ସିତ ରୋଗୀଙ୍କୁ ହେପାଟାଇଟିସ୍ ହୋଇଛି। ଫଙ୍ଗାଲ ସଂକ୍ରମଣ ଯୋଗୁଁ ହେପାଟାଇଟିସ୍ ହୋଇଥାଏ।ଯେଉଁମାନେ ପ୍ରଥମ ଦିନ ଖାଇଲେ କିଛି ଅସୁବିଧା ନଥିଲା। ୨ରୁ ୩ ଦିନ ରଖିବା ଫଳରେ ସେଥିରେ ଫଙ୍ଗାଲ ଗ୍ରୋଥ୍ ହେଲା।ଫଙ୍ଗାଲ ଗ୍ରୋଥ ସହ ଟକ୍ସିନ ହେଲା, ଫଳରେ ଶରୀର ବିଷାକ୍ତ ହୋଇଗଲା।

ସୂଚନା ଅନୁସାରେ, କନ୍ଧମାଳ ଦାରିଙ୍ଗବାଡ଼ିରେ ଆମ୍ବ ଟାକୁଆ ଖାଇ ମୃତ୍ୟୁ ଅଭିଯୋଗ ଘଟଣାରେ ପ୍ରାଥମିକ ତଦନ୍ତରୁ ଖାଦ୍ୟରେ ବିଷକ୍ରିୟା ଯୋଗୁଁ ମୃତ୍ୟୁ ହୋଇଥିବା ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ସୂଚନା ଦେଇଥିଲେ। ଘଟଣା ପରେ ସ୍ୱାସ୍ଥ୍ୟ ମନ୍ତ୍ରୀ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ମନ୍ତ୍ରୀ କହିଛନ୍ତି, ଦାରିଙ୍ଗବାଡ଼ିରେ ଆମ୍ବ ଟାକୁଆ ଖାଇ ମୃତ୍ୟୁ ଘଟଣାରେ ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଜାରି ହୋଇଛି।

Leave A Reply

Your email address will not be published.