ସ୍ୱଚ୍ଛ ହେବ ଯୋଗାଣ ବ୍ୟବସ୍ଥା, ଦୁର୍ନୀତି ରୋକିବାକୁ ମନ୍ତ୍ରୀଙ୍କ ଦୃଢ଼ୋକ୍ତି
ଓଏଲ୍ ବ୍ୟୁରୋ: ଆଜି ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଯୋଗାଣ ସହାୟକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଯୋଗାଣ ସହାୟକ ବୈଠକରେ ଦୁର୍ନୀତି ରୋକିବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, ଆପଣ ଚାହିଁଲେ ମଣ୍ଡିରେ ଭ୍ରଷ୍ଟାଚାର ହେବନି। ଅନ୍ୟାୟ କରୁଥିବା ଓ ପ୍ରଶ୍ରୟ ଦେଉଥିବା ଲୋକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ। ବିଜେଡି ସରକାର ସମୟରେ ପୁଳା ପୁଳା ଦୁର୍ନୀତି ହେଉଥିଲା। ମୁଁ ଶପଥ ନେଇଛି, ଏହି ବିଭାଗକୁ ସ୍ୱଚ୍ଛ କରିବି। ଧାନ କିଣା ବେଳେ ସ୍ୱଚ୍ଛତା ରଖିବାକୁ ସହାୟକମାନଙ୍କୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି।