Odisha Link
Bridging the Missing Links in Odisha

କାନାଡାରେ ହିନ୍ଦୁ ମନ୍ଦିର ଉପରେ ଖାଲିସ୍ତାନୀଙ୍କ ଆକ୍ରମଣ, ପ୍ରଧାନମନ୍ତ୍ରୀ ଦେଲେ ବଡ଼ ବୟାନ

ଓଏଲ୍‌ ବ୍ୟୁରୋ: ଦିନକୁ ଦିନ କାନାଡ଼ାରେ ଅସୁରକ୍ଷିତ ହେଉଛନ୍ତି ଭାରତୀୟ। ପୁଣିଥରେ ଏକ ହିନ୍ଦୁ ମନ୍ଦିର ଏବଂ ସେଠାରେ ଉପସ୍ଥିତ ଭକ୍ତମାନଙ୍କୁ ଆକ୍ରମଣ କରିଛନ୍ତି ଖଲିସ୍ତାନୀ। କାନାଡାର ବ୍ରମ୍ପଟନରେ ଥିବା ହିନ୍ଦୁ ସଭା ମନ୍ଦିରରେ ଭକ୍ତଙ୍କ ଉପରେ ଆକ୍ରମଣ କରିଥିଲେ ଖଲିସ୍ତାନୀମାନେ। ହିନ୍ଦୁ ଫୋରମ୍ କାନାଡା ଏହି ଘଟଣାର ଏକ ଭିଡିଓ ଏହାର X ହ୍ୟାଣ୍ଡେଲରେ ସେୟାର କରିଛି, ଯେଉଁଥିରେ ଖଲିସ୍ତାନୀଙ୍କ ହାତରେ ହଳଦିଆ ପତାକା ଧରି ମନ୍ଦିର ପରିସରରେ ହଙ୍ଗାମା ସୃଷ୍ଟି କରୁଥିବା ଦେଖିବାକୁ ମିଳିଛି। ଏହି ଭିଡିଓରେ କିଛି ଖାଲିସ୍ତାନୀ ହିନ୍ଦୁ ଭକ୍ତଙ୍କୁ ବାଡ଼ିରେ ଆକ୍ରମଣ କରୁଥିବା ଦେଖିବାକୁ ମିଳିଛି।

କାନାଡାର ସାଂସଦ ଚନ୍ଦ୍ର ଆର୍ଯ୍ୟ ବ୍ରମ୍ପଟନରେ ଥିବା ହିନ୍ଦୁ ସଭା ମନ୍ଦିର ପରିସରରେ ଖାଲିସ୍ତାନୀ ଉଗ୍ରବାଦୀଙ୍କ ଦ୍ୱାରା ହିନ୍ଦୁ-କାନାଡିୟ ଭକ୍ତଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାକୁ ନିନ୍ଦା କରିଛନ୍ତି। ସେ ଏହି ହିଂସାକୁ ନିନ୍ଦା କରି କହିଛନ୍ତି ଯେ ଖାଲିସ୍ତାନୀ ଉଗ୍ରବାଦୀମାନେ ଏକ ଲାଲ୍ ରେଖା ଅତିକ୍ରମ କରିଛନ୍ତି ଯାହା କାନାଡାରେ ହିଂସାବାଦୀ ଉଗ୍ରବାଦକୁ ଦର୍ଶାଉଛି। ଆର୍ଯ୍ୟ ଏହି ଆକ୍ରମଣର ଏକ ଭିଡିଓ ସେୟାର କରିଛନ୍ତି ଯେ କାନାଡାରେ କେତେ ହିଂସାତ୍ମକ ଏବଂ ଲଜ୍ଜାଜନକ ଖାଲିସ୍ତାନୀ ଉଗ୍ରବାଦ ବୋଲି ସ୍ପଷ୍ଟ କରିଛନ୍ତି।

ଏହି ପ୍ରସଙ୍ଗରେ କାନାଡ଼ାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ମୁକ୍ତ ଏବଂ ନିରାପଦ ଧର୍ମ ପାଳନ କରିବାର ଅଧିକାରକୁ ସମର୍ଥନ କରି ହିନ୍ଦୁ ମନ୍ଦିରରେ ହୋଇଥିବା ହିଂସାକୁ ଗ୍ରହଣୀୟ ନୁହେଁ ବୋଲି ସେ କହିଛନ୍ତି।

 

Leave A Reply

Your email address will not be published.