ଡିସେମ୍ବର ୨୫ରୁ ଚିଲିକାରେ ପକ୍ଷୀ ଗଣନା

ଓଏଲ୍ ବ୍ୟୁରୋ: ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର ଚିଲିକାର ନଳବଣକୁ ବିଦେଶୀ ପକ୍ଷୀ ଆସିବା ଆରମ୍ଭ କଲେଣି। ଅକ୍ଟୋବର ଶେଷ ସପ୍ତାହଠାରୁ ବିଦେଶାଗତ ପକ୍ଷୀଙ୍କ ସୁଅ ଆରମ୍ଭ ହୋଇଥାଏ। ଏହି କ୍ରମରେ ଡିସେମ୍ବର ୨୫ରୁ ଚିଲିକାରେ ପକ୍ଷୀ ଗଣନା ଆରମ୍ଭ ହେବ। ଚିଲିକାରେ ପକ୍ଷୀ ଗଣନା ନେଇ ପିସିସିଏଫ ସୁଶାନ୍ତ ନନ୍ଦ ସୂଚନା ଦେଇଛନ୍ତି।
ଚଳିତ ଜାନୁଆରୀ ମାସ ରିପୋର୍ଟ ଅନୁସାରେ, ଚିଲିକାରେ ଅଛନ୍ତି ୧୮୯ ପ୍ରଜାତିର ୧୧ ଲକ୍ଷ ୩୭ ହଜାର ୭୫୯ ପକ୍ଷୀ। ଏନେଇ ଚିଲିକା ବନ୍ୟପ୍ରାଣୀ ଡିଏଫଓ ଅମ୍ଲାନ ନାୟକ ସୂଚନା ଦେଇଛନ୍ତି। ଗତ ବର୍ଷ ୧୮୪ ପ୍ରଜାତିର ୧୧ ଲକ୍ଷ ୩୧ ହଜାର ୯୨୯ ଗୋଟି ପକ୍ଷୀ ଆସିଥିଲେ। ଗତବର୍ଷ ତୁଳନାରେ ଏ ବର୍ଷ ଚିଲିକାକୁ ୫୮୩୦ ଅଧିକ ପକ୍ଷୀ ଆସିଛନ୍ତି। ଏଥିସହ ୩ଟି ଅଧିକ ପ୍ରଜାତିର ପକ୍ଷୀ ଠାବ ହୋଇଥିଲେ।