ଜୀବନ ନେଲା ଆମ୍ବଟାକୁଆ: ଉଚ୍ଚସ୍ତରୀୟ ତଦନ୍ତ ଦାବି କଲା କଂଗ୍ରେସ
ଓଏଲ୍ ବ୍ୟୁରୋ: ଦୀପାବଳିରେ ସାମ୍ନାକୁ ଆସିଥିଲା ଅଭାବନୀୟ ଘଟଣା। ଆମ୍ବ ଟାକୁଆ ଖାଇ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଅସୁସ୍ଥ ହୋଇଥିବା ଅଭିଯୋଗ ହୋଇଛି। ଦାରିଙ୍ଗବାଡିରେ ଆମ୍ବ କୋଇଲି ଜାଉ ଖାଇ ମୃତ୍ୟୁ ଘଟଣାରେ ରାଜ୍ୟପାଳଙ୍କ ନିକଟରେ ଫେରାଦ ହେଲା କଂଗ୍ରେସ। ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ସହ ଖାଦ୍ୟ ସୁରକ୍ଷା ଯୋଜନାକୁ କଡାକଡି ପାଳନ କରିବାକୁ ସ୍ମାରକ ପତ୍ରରେ ଉଲ୍ଲେଖ କରାଯାଇଛି ।
ଅନ୍ୟପଟେ, ଆମ୍ବଟାକୁଆ ମୃତ୍ୟୁ ଘଟଣାର କାରଣ କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ। ସେ କହିଛନ୍ତି, ଏସ୍ସିବିରେ ଚିକିତ୍ସିତ ରୋଗୀଙ୍କୁ ହେପାଟାଇଟିସ୍ ହୋଇଛି। ଫଙ୍ଗାଲ ସଂକ୍ରମଣ ଯୋଗୁଁ ହେପାଟାଇଟିସ୍ ହୋଇଥାଏ।ଯେଉଁମାନେ ପ୍ରଥମ ଦିନ ଖାଇଲେ କିଛି ଅସୁବିଧା ନଥିଲା। ୨ରୁ ୩ ଦିନ ରଖିବା ଫଳରେ ସେଥିରେ ଫଙ୍ଗାଲ ଗ୍ରୋଥ୍ ହେଲା।ଫଙ୍ଗାଲ ଗ୍ରୋଥ ସହ ଟକ୍ସିନ ହେଲା, ଫଳରେ ଶରୀର ବିଷାକ୍ତ ହୋଇଗଲା।