Odisha Link
Bridging the Missing Links in Odisha

ଲଣ୍ଡନ ଗସ୍ତରେ ଉପମୁଖ୍ୟମନ୍ତ୍ରୀ, ଓଡ଼ିଶାର ପର୍ଯ୍ୟଟନ ବିକାଶ ପାଇଁ ଗୁରୁତ୍ବପୂର୍ଣ୍ଣ ଆଲୋଚନା

ଓଏଲ୍‌ ବ୍ୟୁରୋ: ସୁଦୃଢ଼ ହେବ ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ର। ଭାରତୀୟ ହାଇକମିସନରଙ୍କୁ ଭେଟି ପର୍ଯ୍ୟଟନ ବିକାଶ ପାଇଁ ଆଲୋଚନା କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ୭ ଦିନିଆ ଲଣ୍ଡନ ଗସ୍ତରେ ଯାଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓଡ଼ିଶାକୁ ଅନ୍ତର୍ଜୀତୀୟ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ଉପରେ ଗୁରୁତ୍ବ ଆରୋପ କରିଛନ୍ତି।

ଓଡ଼ିଶା ପର୍ଯ୍ୟଟନ, ପ୍ରବାସୀ ଏବଂ ଶିଳ୍ପପତିଙ୍କ ସହ ସମ୍ପର୍କକୁ ମଜଭୁତ କରିବା ପାଇଁ ଆୟୋଜିତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଛନ୍ତି। କାର୍ଯ୍ୟକ୍ରମ ମାଧ୍ୟମରେ ବିଦେଶ ମାଟିରେ ସେ ଓଡ଼ିଶା ପର୍ଯ୍ୟଟନ ବିକାଶ ଉପରେ ଆଲୋକପାତ କରିଛନ୍ତି। ଓଡ଼ିଶାର ପର୍ଯ୍ୟଟନ ପ୍ରତି ବିଦେଶୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ସହ ପର୍ଯ୍ୟଟନ ଶିଳ୍ପରେ ଅଧିକ ପୁଞ୍ଜିନିବେଶକୁ ତ୍ୱରାନ୍ୱିତ କରିବ ବୋଲି ଆଶା କରାଯାଉଛି।

Leave A Reply

Your email address will not be published.