Odisha Link
Bridging the Missing Links in Odisha

ରାଜନୀତିରୁ ଅବସର ନେବେ କି ମହାରାଷ୍ଟ୍ର ରାଜନୀତିର ପିତାମହ ଭୀଷ୍ମ ?

ଓଏଲ୍‌ ବ୍ୟୁରୋ: ବିଧାନସଭା ନିର୍ବାଚନ ପାଇଁ ମହାରାଷ୍ଟ୍ର ରାଜନୀତି ସରଗରମ। ଏହାରି ମଧ୍ୟରେ ନିଜର ରାଜନୈତିକ ଜୀବନକୁ ନେଇ ବଡ଼ ବୟାନ ଦେଇଛନ୍ତି ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟିର ମୁଖିଆ ତଥା ବରିଷ୍ଠ ନେତା ଶରଦ ପାଓ୍ବାର। ସେ ଆଉ ନିର୍ବାଚନ ଲଢ଼ିବାକୁ ଚାହୁଁ ନାହାନ୍ତି ବୋଲି କହିଛନ୍ତି। ଯାହା ଏବେ ମହାରାଷ୍ଟ୍ରଠୁ ଆରମ୍ଭ କରି ଦିଲ୍ଲୀ ରାଜନୀତିରେ ହଟଚମଟ ସୃଷ୍ଟି କରିଛି।

ଏକ ନିର୍ବାଚନ ରାଲିକୁ ସମ୍ବୋଧନ କରି ଶରଦ ପାୱାର ନିଜ ଅବସର ସମ୍ପର୍କରେ ସୂଚନା ଦେଇଛନ୍ତି। ସେ କହିଛନ୍ତି, “ମୁଁ କ୍ଷମତାରେ ନାହିଁ। ମୋ ରାଜ୍ୟସଭା କାର୍ଯ୍ୟକାଳ ଆଉ ଦେଢ଼ ବର୍ଷ ପରେ ଶେଷ ହୋଇଯିବ। ଏହାପରେ ମୁଁ ଭବିଷ୍ୟତରେ ଆଉ କୌଣସି ନିର୍ବାଚନ ଲଢ଼ିବି ନାହିଁ। ମୋତେ କୌଣସି ସ୍ଥାନରେ ଅଟକିବାକୁ ପଡ଼ିବ।

୧୪ ଥର ବାରାମତିର ଲୋକମାନେ ତାଙ୍କୁ ସାଂସଦ ଓ ବିଧାୟକ କରିଥିବାରୁ ସେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଶରଦ ପାୱାର ଦୀର୍ଘ ୬ ଦଶନ୍ଧି ଧରି ରାଜନୀତିରେ ସକ୍ରିୟ ଅଛନ୍ତି। ଏଥରେ ତାଙ୍କ ଦଳ ଏନସିପି ମହାରାଷ୍ଟ୍ରରେ କଂଗ୍ରେସ ଓ ଉଦ୍ଧବ ଠାକରେଙ୍କ ଶିବସେନା ସହ ମିଶି ବିଧାନସଭା ନିର୍ବାଚନ ଲଢ଼ୁଛି।

ଭେଟରାନ ରାଜନେତା ଶରଦ ପାୱାର ୧୯୯୯ରେ ଏନସିପି ପ୍ରତିଷ୍ଠା କରିଥିଲେ। ସେ ମହାରାଷ୍ଟ୍ର ରାଜନୀତିର  ପିତାମହ ଭୀଷ୍ମ  ଭାବେ ପରିଚିତ। ସେ ପଶ୍ଚିମ ମହାରାଷ୍ଟ୍ରର ବାରାମତିରେ ଗୋଟିଏ ନିର୍ବାଚନ ରାଲିକୁ ସମ୍ବୋଧନ କରିଛନ୍ତି। ବାରାମତି ପାୱାର ପରିବାର ଗଡ଼ ଭାବେ ପରିଚିତ।

Leave A Reply

Your email address will not be published.