ନଭେମ୍ବର ୨୫ରୁ ସଂସଦର ଶୀତ ଅଧିବେଶନ
ଓଏଲ୍ ବ୍ୟୁରୋ: ନଭେମ୍ବର ୨୫ରୁ ସଂସଦର ଶୀତ ଅଧିବେଶନ ଆରମ୍ଭ ହେବ। ସଂସଦର ଶୀତ ଅଧିବେଶନ ନଭେମ୍ବର ୨୫ରୁ ଆରମ୍ଭ ହୋଇ ଡିସେମ୍ବର ୨୦ ପର୍ଯ୍ୟନ୍ତ ଚାଲିବା ନେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ସୂଚନା ଦେଇଛନ୍ତି। ନଭେମ୍ବର ୨୬ ରେ, ସମ୍ବିଧାନର ୭୫ତମ ବାର୍ଷିକୀ ଅବସରରେ ସଂସଦର ଏକ ମିଳିତ ଅଧିବେଶନ ସମ୍ବିଧାନ ଗୃହ (ପୁରୁଣା ସଂସଦ ଗୃହ)ର କେନ୍ଦ୍ରୀୟ ହଲରେ ଏକ ସ୍ୱତନ୍ତ୍ର ମିଳିତ ବୈଠକ ଅନୁଷ୍ଠିତ ହେବ ବୋଲି କୁହାଯାଉଛି।