ସ୍ଵାସ୍ଥ୍ୟକେନ୍ଦ୍ରରେ ତାଲା ପକାଇଲେ ଆଶାକର୍ମୀ, ସ୍ଵାସ୍ଥ୍ୟ ସେବା ଠପ୍
ଓଏଲ୍ ବ୍ୟୁରୋ: ସ୍ଵାସ୍ଥ୍ୟ ସେବାର ନୂଆ ଚିତ୍ର। ୪ ମାସର ବକେୟା ପ୍ରଦାନ ଦାବିରେ ଆଶାକର୍ମୀଙ୍କ ଧାରଣା। କଟକ ୫୯ ନଂ ୱାର୍ଡ ବମ୍ଫକୁଦ ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଆଶାକର୍ମୀ ତାଲା ପକାଇଲେ। ୪ ମାସର ବକେୟା ପ୍ରଦାନ ଦାବିରେ ତାଲା ପକାଇ ଆଶାକର୍ମୀ ଧାରଣା ଦେଇଛନ୍ତି। ମେଡିକାଲରେ ତାଲା ପକାଇଥିବାରୁ ସ୍ବାସ୍ଥ୍ୟ ସେବା ବାଧାପ୍ରାପ୍ତ ହୋଇଛି।