ଭରତପୁର ଥାନା ମାମଲା: ନଭେମ୍ବର ୧୪ରେ ହାଜର ହେବେ ସମସ୍ତ ପକ୍ଷ
ଓଏଲ୍ ବ୍ୟୁରୋ: ମେଜର ଓ ତାଙ୍କ ବାନ୍ଧବୀଙ୍କୁ ଭରତପୁର ଥାନାରେ ନିର୍ଯାତନା ମାମଲାରେ ବିଚାର ବିଭାଗୀୟ ତଦନ୍ତ ଜାରି ହୋଇଛି। ଭରତପୁର ଥାନା ମାମଲାରେ ଗତକାଲି ସତ୍ୟପାଠ ଦାଖଲ ଅବଧି ଶେଷ ହୋଇଛି। ମାମଲାରେ ସମ୍ପୃକ୍ତ ସମସ୍ତ ପକ୍ଷ ନଭେମ୍ବର ୧୪ରେ ହାଜର ହେବେ। ତଦନ୍ତ କମିଶନଙ୍କ ନିକଟରେ ହାଜର ହୋଇ ନିଜ ପକ୍ଷ ରଖିବାକୁ କମିଶନ ନିର୍ଦେଶ ଦେଇଛନ୍ତି। ମେଜର ଓ ବାନ୍ଧବୀଙ୍କୁ ହାଜର ହେବା ପାଇଁ ନୋଟିସ ଜାରି ହୋଇଥିବାବେଳେ ୫ ପୁଲିସ କର୍ମୀ ଓ ୭ ଯୁବକଙ୍କୁ ମଧ୍ୟ ହାଜର ହୋଇ ନିଜ ପକ୍ଷ ରଖିବାକୁ କମିଶନ ନିର୍ଦେଶ ଦେଇଛନ୍ତି।