Odisha Link
Bridging the Missing Links in Odisha

ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ, ଆଜି ସନ୍ଧ୍ୟା ସୁଦ୍ଧା ଭରଣା ହେବ ବାତ୍ୟା କ୍ଷତିପୂରଣ

ଓଏଲ୍‌ ବ୍ୟୁରୋ: ବାତ୍ୟା ‘ଦାନା’ ଓ ପରବର୍ତ୍ତୀ ବନ୍ୟା ଯୋଗୁଁ ଉପକୂଳ ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି। କ୍ଷୟକ୍ଷତିର ଆକଳନ ମଧ୍ୟ ରାଜ୍ୟ ସରକାରଙ୍କ ପକ୍ଷରୁ ହୋଇସାରିଛି। ବାତ୍ୟା ‘ଦାନା’ କ୍ଷୟକ୍ଷତି ଆକଳନ ରିପୋର୍ଟ ଆସିଛି। ରାଜ୍ୟର ୩ ଜିଲ୍ଲାରେ ଅଧିକ କ୍ଷୟକ୍ଷତି ହୋଇଛି। ୪୨୩ କୋଟି କ୍ଷତି ହୋଇଥିବା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ଆଜି ସନ୍ଧ୍ୟା ସୁଦ୍ଧା ବାତ୍ୟା କ୍ଷୟକ୍ଷତି ଟଙ୍କା ଦିଆଯିବ।

କ୍ଷତିଗ୍ରସ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଟଙ୍କା ଦିଆଯିବ। ତା’ପରେ ବ୍ଲକରେ ଜିଲ୍ଲାପାଳ ଟଙ୍କା ଆବଣ୍ଟନ କରିବେ। ୭ ଦିନ ଭିତରେ ଲୋକଙ୍କୁ ବାତ୍ୟା କ୍ଷୟକ୍ଷତି ଟଙ୍କା ଦେବେ ଜିଲ୍ଲାପାଳ। ବାତ୍ୟା କ୍ଷତିପୂରଣ ନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି।ସଂଧ୍ୟା ସୁଦ୍ଧା ବିଭିନ୍ନ ଜିଲ୍ଲାକୁ ଅନଲାଇନରେ ପଠାଯିବ। ୭ ଦିନ ଭିତରେ ଜିଲ୍ଲାପାଳମାନେ ଲୋକଙ୍କୁ କ୍ଷତିପୂରଣ ଟଙ୍କା ଦେବେ।ଚୂଡ଼ାନ୍ତ ରିପୋର୍ଟ ଅନୁସାରେ ବାତ୍ୟା କ୍ଷତିର ପରିମାଣ ୪୨୩ କୋଟି ସ୍ଥିର ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କ୍ରମେ କ୍ଷୟକ୍ଷତି ଟଙ୍କା ଦିଆଯିବ।

Leave A Reply

Your email address will not be published.