ଆମ୍ବ ଟାକୁଆ ପ୍ରସଙ୍ଗ: ଚାଉଳ ବଣ୍ଟନ ପାଇଁ ଗାଁରେ ଖୋଲିବ ସବ୍ସେଣ୍ଟର୍
ଓଏଲ୍ ବ୍ୟୁରୋ: ସାରା ରାଜ୍ୟରେ ଚହଳ ପକାଇଥିବା କନ୍ଧମାଳ ଆମ୍ବ ଟାକୁଆ ଜାଉ ଖାଇ ଦୁଇ ଜଣଙ୍କ ମୃତ୍ୟୁ ପ୍ରସଙ୍ଗ। ଏହି ମୃତ୍ୟୁ ପ୍ରସଙ୍ଗର ଆରଡିସି ସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଦକ୍ଷିଣାଞ୍ଚଳ ଆରଡିସି ରୂପାରୋଶନ ସାହୁ ତଦନ୍ତ କରିଛନ୍ତି।
ଗ୍ରାମବାସୀ ଓ ମୃତ ପରିବାର ଲୋକଙ୍କ ସହ ଆଲୋଚନା କରିବା ସହ, ତିନିମାସ ଧରି କାହିଁକି ଚାଉଳ ପାଇ ନଥିଲେ ଆଲୋଚନା କରିଥିଲେ। ବ୍ରାହ୍ମଣୀଗାଁରୁ ମାଣ୍ଡିପଙ୍କା ଦୂର ହେଇଥିବାରୁ, ଏଥର ଗାଁରେ ଏକ ସବ ସେଣ୍ଟର୍ ଖୋଲି ଲୋକଙ୍କୁ ଚାଉଳ ଦିଆଯିବ ବୋଲି କହିଛନ୍ତି। ଆମ୍ବ ଟାକୁଆରୁ ପ୍ରସ୍ତୁତ ଜାଉ କାହିଁକି ଖାଇଥିଲେ ଓ ତା’ ସହ ଆଉ କଣ ଖାଇଥିଲେ ଏନେଇ ତଦନ୍ତ କରିଥିଲେ।
ଗ୍ରାମ ବସୀଙ୍କ ସହ ସବିଶେଷ ଆଲୋଚନା କରି ବ୍ରହ୍ମପୁର ଫେରି ଯାଇଛନ୍ତି ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର ରୂପା ରୋସନ୍ ସାହୁ। କନ୍ଧମାଳ ଜିଲ୍ଲାପାଳ ଅମ୍ରିତ୍ ଋତୁରାଜ ଓ ଜିଲ୍ଲାର ଅନ୍ୟ ସମସ୍ତ ପଦାଧିକାରୀ ଆଜି ଆରଡିସିଙ୍କ ଗସ୍ତ ସମୟରେ ଉପସ୍ଥିତ ଥିଲେ।