Odisha Link
Bridging the Missing Links in Odisha

ହାଇକୋର୍ଟଙ୍କ ଅନୁମତି: ଉଭୟ ଉପର ଏବଂ ତଳ ପଡ଼ିଆରେ ହେବ ବାଲିଯାତ୍ରା

ଓଏଲ୍‌ ବ୍ୟୁରୋ: ଚଳିତବର୍ଷ ନଭେମ୍ବରରେ ଆୟୋଜିତ ହେବ ଐତିହାସିକ କଟକ ବାଲିଯାତ୍ରା। ନଭେମ୍ବର ୧୫ରୁ ଆରମ୍ଭ ହୋଇ ନଭେମ୍ବର ୨୨ ଯାଏଁ ଚାଲିବ କଟକ ବାଲିଯାତ୍ରା। ଏନେଇ ପ୍ରସ୍ତୁତି ଆରମ୍ଭ ହୋଇଛି। ତଳ ପଡ଼ିଆ ସହ ଉପର ପଡ଼ିଆରେ ବି ବାଲିଯାତ୍ରା ହେବ। ଚଳିତ ବର୍ଷ ଉଭୟ ଉପର ଓ ତଳ ପଡ଼ିଆରେ ବାଲିଯାତ୍ରା ପାଇଁ ହାଇକୋର୍ଟ ଅନୁମତି ମିଳିଛି।

ଆସନ୍ତା ବର୍ଷ କେବଳ ତଳ ପଡ଼ିଆରେ ବାଲିଯାତ୍ରା ପାଇଁ ପ୍ରଶାସନ ପଦକ୍ଷେପ ନେବ। ଭିଡ଼ ନିୟନ୍ତ୍ରଣ ପାଇଁ ସ୍ବତନ୍ତ୍ର ରାସ୍ତାର ବ୍ୟବସ୍ଥା କରିବ ଜିଲ୍ଲା ପ୍ରଶାସନ। ରାସ୍ତା କଡ଼ ଓ ଫୁଟପାଥ ଉପରେ ବ୍ୟବସାୟକୁ କୋର୍ଟ ସଂପୂର୍ଣ୍ଣ ବାରଣ କରିଛନ୍ତି।

Leave A Reply

Your email address will not be published.