Odisha Link
Bridging the Missing Links in Odisha

ମନ୍ତ୍ରୀଙ୍କ ସୂଚନା: ଜାନୁଆରୀ ୧ରୁ ରାଜ୍ୟରେ ଜନଗଣନା

ଓଏଲ୍‌ ବ୍ୟୁରୋ: ୨୦୧୧ରୁ ଦେଶରେ ଜନଗଣନା ହୋଇନି। ୨୦୨୧ରେ ଜନଗଣନା ଅନୁଷ୍ଠିତ ହେବାର ଥିଲା। କିନ୍ତୁ କୋଭିଡ ମହାମାରୀ ହେତୁ ଏହାକୁ ସ୍ଥଗିତ ରଖାଯାଇଥିଲା। ଜାନୁଆରୀ ୧ରୁ ରାଜ୍ୟରେ ଆରମ୍ଭ ହେବ ଜନଗଣନା। ଏନେଇ ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ଏଥିସହ ସେ କହିଛନ୍ତି ଯେ, ଯଥାଶୀଘ୍ର ସବୁ ପ୍ରସ୍ତାବ କାମ ଶେଷ କରି ବିଭାଗକୁ ପଠାଇବାକୁ ନିର୍ଦ୍ଦେଶ ଦିଆଯାଇଛି।

ରାଜସ୍ୱ ମନ୍ତ୍ରୀଙ୍କ ସୂଚନା ମୁତାବକ, ବଦଳିବ ରିଲିଫ୍ କୋର୍ଡ। କାହିଁକି ନା ରିଲିଫ୍ ହେଉଛି ଏକ ଦୟାର ଶବ୍ଦ। ତେଣୁ ଆଉ ଦୟା ନୁହେଁ, ଏଥର ଲୋକଙ୍କୁ ମିଳିବ ଲୋକଙ୍କ ଅଧିକାର। ରିଲିଫ୍ କୋର୍ଡ, ଅଧିକାର ଆଇନରେ ପରିଣତ ହେବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ଏହା ପୂର୍ବରୁ ୧୯୯୧, ୨୦୦୧, ୨୦୧୧ ଇତ୍ୟାଦିରେ ଜନଗଣନା ହୋଇଥିଲା। ହେଲେ ଏବେ ପ୍ରତି ୧୦ ବର୍ଷରେ ଅର୍ଥାତ ୨୦୩୫, ୨୦୪୫ ଓ ୨୦୫୫ରେ ଜନଗଣନା ହେବ।

ସୂଚନାନୁଯାୟୀ, ୨୦୧୧ ମସିହାରୁ ଭାରତର ଜନଗଣନା ୧୫ ଥର କରାଯାଇଛି। ବ୍ରିଟିଶ ଭାଇସରୟ ଲର୍ଡ ମାୟୋଙ୍କ ଅଧୀନରେ ୧୮୭୨ରୁ ଆରମ୍ଭ କରି ପ୍ରତି ୧୦ ବର୍ଷରେ ଏହା ହାତକୁ ନିଆଯାଇଥିବାବେଳେ ୧୮୮୧ରେ ପ୍ରଥମ ସମ୍ପୂର୍ଣ୍ଣ ଜନଗଣନା ନିଆଯାଇଥିଲା। ୧୯୪୯ ପରେ, ଏହା ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଅଧୀନରେ ଭାରତର ରେଜିଷ୍ଟ୍ରାର ଜେନେରାଲ ଏବଂ ଜନଗଣନା କମିଶନରଙ୍କଦ୍ୱାରା ପରିଚାଳିତ ହୋଇଛି। ୧୯୫୧ ମସିହାରୁ ସମସ୍ତ ଜନଗଣନା ୧୯୪୮ ଜନଗଣନା ଅଧିନିୟମ ଅନୁଯାୟୀ କରାଯାଇଥିଲା। ଶେଷ ଜନଗଣନା ୨୦୧୧ରେ ଅନୁଷ୍ଠିତ ହୋଇଥିଲା, ଯେତେବେଳେ ପରବର୍ତ୍ତୀ ୨୦୨୧ରେ ଅନୁଷ୍ଠିତ ହେବାର ଥିଲା। କିନ୍ତୁ କୋଭିଡ-୧୯ ମହାମାରୀ ହେତୁ ଏହାକୁ ସ୍ଥଗିତ ରଖାଯାଇଥିଲା।

Leave A Reply

Your email address will not be published.