Odisha Link
Bridging the Missing Links in Odisha

ଆଇନ ମନ୍ତ୍ରୀଙ୍କ ସୂଚନା: ରାଜ୍ୟର ସବୁ ବ୍ଲକରେ ହେବ ଗ୍ରାମ୍ୟ ନ୍ୟାୟାଳୟ

ଓଏଲ୍‌ ବ୍ୟୁରୋ: ଲୋକଙ୍କ ଘର ପାଖରେ ପହଞ୍ଚିବ ନ୍ୟାୟାଳୟ। ରାଜ୍ୟର ସବୁ ବ୍ଲକରେ ଗ୍ରାମ୍ୟ ନ୍ୟାୟାଳୟ ପ୍ରତିଷ୍ଠା ହେବ। ଏନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି। ରାଜ୍ୟର ୬ଟି ଗ୍ରାମ୍ୟ ନ୍ୟାୟାଳୟ ଆରମ୍ଭ ହେଲାଣି। ଆଗକୁ ସବୁ ସବୁ ବ୍ଲକରେ ଗ୍ରାମ୍ୟ ନ୍ୟାୟାଳୟ ପ୍ରତିଷ୍ଠା ହେବ।

ସୂଚନା ଅନୁସାରେ, ଆଜି ଭାରତୀୟ ନାଗରିକ ସୁରକ୍ଷା ସଂହିତା ଏବଂ ଭାରତୀୟ ନ୍ୟାୟ ସଂହିତା ଉପରେ ଜାଗୃତିକରଣ କାର୍ଯ୍ୟକ୍ରମରେ ଯୋଗ ଦେଇ ରାଜ୍ୟର ଆଇନ ବ୍ୟବସ୍ଥା ସୁଦୃଢ଼ କରିବା ପାଇଁ ଦୃଢୋକ୍ତି ପ୍ରକାଶ କରିଛନ୍ତି ଆଇନ ମନ୍ତ୍ରୀ। ରାଜ୍ୟର ଆଇନ ବ୍ୟବସ୍ଥା ସମ୍ପର୍କରେ ଲୋକଙ୍କୁ ସଚେତନ କରିବାକୁ ପରାମର୍ଶ ଦେଇଛନ୍ତି।

Leave A Reply

Your email address will not be published.