Odisha Link
Bridging the Missing Links in Odisha

ନବୀନଙ୍କ ଆମ୍ବଟାକୁଆ ଟାର୍ଗେଟ୍, କଡ଼ା ଜବାବ ଦେଲେ ଯୋଗାଣ ମନ୍ତ୍ରୀ

ଓଏଲ୍‌ ବ୍ୟୁରୋ: ସାରା ରାଜ୍ୟରେ ଚହଳ ପକାଇଥିବା କନ୍ଧମାଳ ଆମ୍ବ ଟାକୁଆ ଜାଉ ଖାଇ ଦୁଇ ଜଣଙ୍କ ମୃତ୍ୟୁ ପ୍ରସଙ୍ଗ। ଏହି ମୃତ୍ୟୁ ପ୍ରସଙ୍ଗର ଆରଡିସି ସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହାକୁ ନେଇ ମଧ୍ୟ ରାଜନୈତିକ ବୟାନବାଜି ଆରମ୍ଭ ହୋଇଛି।

ଆଜି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ସରକାରଙ୍କୁ ଟାର୍ଗେଟ କରି କହିଥିଲେ, ଆମର ବାର ବର୍ଷର ତପସ୍ୟାକୁ ଏମାନେ ଶୁଖୁଆ ପୋଡାରେ ସାରିଦେଲେ। ଯାହାକୁ ନେଇ କଡା ଜବାବ ଦେଇଛନ୍ତି ଯୋଗାଣ ମନ୍ତ୍ରୀ। ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି, ୧୨ ବର୍ଷ ତପସ୍ୟା କରିଥିଲେ ଭଲ ଓଡ଼ିଆ କହିଥାନ୍ତେ। ବିଜେଡି ସମୟରେ ଆମ୍ବଟାକୁଆ ଖାଇ ୧୬ଜଣ ମରିଥିଲେ। ନବୀନ ବାବୁ ସେହି ଘଟଣା ପରେ ବୋଧେ ତପସ୍ୟା କଲେ।

ସୂଚନା ଅନୁସାରେ, ଆଜି ନବୀନ ପଟ୍ଟନୟକ କହିଥିଲେ, ବିକାଶ ଓ କଲ୍ୟାଣ ହେଉଛି, ଆମର ଲକ୍ଷ୍ୟ। ଆମ ସରକାର ଆରମ୍ଭ କରିଥିବା ବିକାଶ ଓ କଲ୍ୟାଣ ଯୋଜନା ଲୋକଙ୍କୁ ସ୍ୱାଭିମାନର ସହ ବଞ୍ଚିବାକୁ ଶକ୍ତି ଦେଇଥିଲା। ଏବେ ବିନା କାରଣରେ ଗରିବ ଆଦିବାସୀ ଭାଈ ଭଉଣୀ ମାନଙ୍କ ଚାଉଳକୁ ବିଜେପି ସରକାର ବନ୍ଦ କରିଦେଇଛନ୍ତି। ତେଣୁ ସେମାନଙ୍କୁ ଆମ୍ବ ଟାକୁଆ ଖାଇବାକୁ ପଡୁଛି। ବହୁତ ଦୁଃଖର କଥା ଏଥିପାଇଁ ଦୁଇଜଣ ଆଦିବାସୀ ମହିଳା ପ୍ରାଣ ହରାଇଛନ୍ତି ଓ ଅନ୍ୟମାନଙ୍କ ଚିକିତ୍ସା ଜାରି ରହିଛି। ଆମର ବାର ବର୍ଷର ତପସ୍ୟାକୁ ଏମାନେ ଶୁଖୁଆ ପୋଡାରେ ସାରିଦେଲେ।

ବିଜେଡି ସରକାର ସମୟରେ ସବୁ ଗରିବ ଲୋକଙ୍କ ପାଇଁ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଆରମ୍ଭ ହୋଇଥିଲା। ଆଶା କରୁଛି ବର୍ତମାନର ସରକାର ଲୋକଙ୍କୁ ଅବହେଳା ନ କରି ଏହାକୁ ଚାଲୁ ରଖିବେ। ଗରିବ ଲୋକଙ୍କ ଖାଦ୍ୟ ନିରାପତ୍ତା ସହ କୌଣସି ସାଲିସ କରାଯାଇପାରିବ ନାହିଁ। ପ୍ରତି ଜୀବନ ମୂଲ୍ୟବାନ। ଏଭଳି କିଛି କହି ସରକାରଙ୍କୁ ଟାର୍ଗେଟ କରିଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ।

Leave A Reply

Your email address will not be published.