ଛାତ୍ର ବିଜେଡିର ସଭ୍ୟ ସଂଗ୍ରହ କର୍ମଶାଳା, ଗୁରୁମନ୍ତ୍ର ଦେଲେ ନବୀନ
ଓଏଲ୍ ବ୍ୟୁରୋ: ଛାତ୍ର ବିଜେଡିର ସଭ୍ୟ ସଂଗ୍ରହ କର୍ମଶାଳା ଆରମ୍ଭ ହୋଇଛି। ଏହି କାର୍ଯ୍ୟକମରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଯୋଗ ଦେଇଛନ୍ତି। ଛାତ୍ର ବିଜୁ ଜନତା ଦଳକୁ ଉଦବୋଧନ ଦେଇ ବିଜେଡି ସୁପ୍ରିମୋ କହିଛନ୍ତି, ଅପପ୍ରଚାରର କଡ଼ା ଜବାବ ଦେବାକୁ ଦିଅନ୍ତୁ। ବିଜେଡି ସରକାର ବହୁତ ଭଲ କାମ କରିଛି। ଭାରତ ସରକାର ବିଜେଡି ସରକାର କାମକୁ ପ୍ରଶଂସା କରିଛି। କେବଳ ଭୋଟ୍ ବ୍ୟାଙ୍କ୍ ସୃଷ୍ଟି ଆମର ଲକ୍ଷ୍ୟ ନଥିଲା। ଲୋକଙ୍କୁ ସ୍ୱାଭିମାନର ସହ ବଞ୍ଚିବା ଶକ୍ତି ଦେଇଥିଲା ବିଜେଡି।
ଗରିବ ଆଦିବାସୀଙ୍କ ଚାଉଳ ବନ୍ଦ କରିଛନ୍ତି ସରକାର। ଚାଉଳ ନପାଇ ସେମାନେ ଆମ୍ୱ ଟାକୁଆ ଖାଉଛନ୍ତି। ଦୁଇ ଜଣଙ୍କର ମୃତ୍ୟୁ ହୋଇଛି, ଅନ୍ୟମାନଙ୍କ ଚିକିତ୍ସା ଚାଲିଛି। ଏହା ବହୁତ ଦୁଃଖର କଥା। ଆମ ୧୨ ବର୍ଷର ତପସ୍ୟାକୁ ଶୁଖୁଆ ପୋଡ଼ାରେ ସାରିଦେଲେ। ବିଜୁ ଜନତା ଦଳ ଓଡ଼ିଶାବାସୀଙ୍କ ହୃଦୟରେ ଅଛି। ଓଡ଼ିଆ ସ୍ୱାଭିମାନର ସୁରକ୍ଷା ପାଇଁ କାମ ଜାରି ରଖିବାକୁ ନବୀନ ପଟ୍ଟନାୟକ ଆହ୍ୱାନ ଦେଇଛନ୍ତି।