ଟ୍ରମ୍ପଙ୍କ ସହ କଥା ହେଲେ ମୋଦି, ଜଣାଇଲେ ଶୁଭେଚ୍ଛା
ଓଏଲ୍ ବ୍ୟୁରୋ: ଆମେରିକା ଇତିହାସରେ ସବୁଠାରୁୁ ବଡ଼ ରାଜନୈତିକ ପ୍ରତ୍ୟାବର୍ତ୍ତନ କରିଛନ୍ତି ଡୋନାଲ୍ଡ ଟ୍ରମ୍ପ। ଆମେରିକା ରାଷ୍ଟ୍ରପତିି ନିର୍ବାଚନରେ ରିପବ୍ଲିକାନ୍ ଦଳ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ୍ ବିପୁଳ ବିଜୟ ହାସଲ କରିଛନ୍ତି। ଡୋନାଲ୍ଡ ଟ୍ରମ୍ପଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦି। ଆମେରିକାର ଭାବି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କହିଲେ, ମୋ ବନ୍ଧୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ଆଲୋଚନା ହୋଇଛି।
ଏହି ବିଜୟ ପାଇଁ ଟ୍ରମ୍ପଙ୍କୁ ବଧେଇ। ଟେକ୍ନୋଲୋଜି, ପ୍ରତିରକ୍ଷା, ମହାକାଶ ଓ ବିଭିନ୍ନକ୍ଷେତ୍ରରେ ଭାରତ-ଆମେରିକା ସମ୍ପର୍କକୁ ସୁଦୃଢ଼ ପାଇଁ ଏକାଠି କାମ କରିବେ ଦୁଇ ଦେଶ। ସେପଟେ ଭାରତକୁ ଭୁରୀ ପ୍ରଶଂସା କରିଛନ୍ତି ଟ୍ରମ୍ପ। କହିଲେ, ପୂରା ଦୁନିଆ ମୋଦୀଙ୍କୁ ଭଲ ପାଏ। ଭାରତ ଏକ ଅଦ୍ଭୁତ ଦେଶ, ମୋଦୀ ଜଣେ ଅଦ୍ଭୁତ ବ୍ୟକ୍ତିତ୍ୱ। ଭାରତ ଏକ ଉତ୍ତମ ବନ୍ଧୁ ବୋଲି ଟ୍ରମ୍ପ କହିଛନ୍ତି।