Odisha Link
Bridging the Missing Links in Odisha

ତୀର୍ଥଯାତ୍ରୀଙ୍କ ପାଇଁ ଚାରିଧାମକୁ ଗଡ଼ିବ ସ୍ୱତନ୍ତ୍ର ବସ

ଆଗାମୀ ଦିନରେ ରାଜଧାନୀରୁ ବିଭିନ୍ନ ରାଜ୍ୟକୁ ଅଧିକ ଗାଡ଼ି ସଂଯୋଗ ହେବ

ଓଏଲ୍‌ ବ୍ୟୁରୋ: ତୀର୍ଥଯାତ୍ରୀଙ୍କ ପାଇଁ ଖୁସି ଖବର l ଓଡିଶାରୁ ଚାରିଧାମକୁ ଗଡ଼ିବ ତୀର୍ଥଯାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ବସ । ସ୍ୱଳ୍ପ ଦରରେ ଚାରିଧାମ ବୁଲିପାରିବେ ଶ୍ରଦ୍ଧାଳୁ । ଏନେଇ ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ବିଭୁତି ଜେନା । ଓଡିଶାରୁ ଅଯୋଧ୍ୟ, ତିରୁପତି, ମଥୁରା ଓ ବୃନ୍ଦାବନ ଭଳି ବିଭିନ୍ନ ତୀର୍ଥକ୍ଷେତ୍ରକୁ ଆରମ୍ଭ ହେବ ବସ୍‌ ସେବା । ସେନେଇ ବ୍ୟବସ୍ଥା କରାଯାଇଛି । ରାସ୍ତା ମାର୍ଗ ମଧ୍ୟ ଫାଇନାଲ ହୋଇଯାଇଛି । ଖୁବଶୀଘ୍ର ଏହି ଯାତ୍ରା ଆରମ୍ଭ ହେବ ବୋଲି କହିଛନ୍ତି ମନ୍ତ୍ରୀ ବିଭୁତି ଜେନା ।

ତୀର୍ଥ ଯାତ୍ରୀମାନେ ନୂଆ ବର୍ଷ ପୂର୍ବରୁ ସୁଲଭ ମୂଲ୍ୟରେ ରାଜ୍ୟ ବାହାରର ବିଭିନ୍ନ ତୀର୍ଥ କ୍ଷେତ୍ରକୁ ଯାତ୍ରା କରିପାରିବେ। ଏଥିପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇସାରିଛନ୍ତି । ଆବଶ୍ୟକ ଅନୁଯାୟୀ ସ୍ୱତନ୍ତ୍ର ଭଲବୋ ବସ ମଧ୍ୟ ଆସି ସାରିଛି। ଏଥାପାଇଁ ପରମିସନ ଓ ରୁଟ ବି ପ୍ରସ୍ତୁତ ହୋଇସାରିଛି। ନୂଆ ବର୍ଷ ପୂର୍ବରୁ ଏହି ବସ୍ ପ୍ରଚଳନ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।

ତୀର୍ଥଯାତ୍ରୀ ଓ ମହିଳା ମାନଙ୍କ ପାଇଁ ଟିକେଟ୍ ଦାମରେ କୋହଳ କରାଯିବା ନେଇ ମନ୍ତ୍ରୀ ସୂଚନା ଦେଇଛନ୍ତି। କେବଳ ଏତିକି ନୁହେଁ କିଭଳି ବାହାର ରାଜ୍ୟକୁ ଭୁବନେଶ୍ୱରରୁ ଅଧିକ ଗାଡି ସଂଯୋଗ କରାଯାଇପାରିବ ସେଥିପାଇଁ ସରକାର ପଦକ୍ଷେପ ନେଉଥିବା ସେ କହିଛନ୍ତି ।

Leave A Reply

Your email address will not be published.