ଜିତିଲେ ଟ୍ରମ୍ପ, ବଢ଼ିଲା ମସ୍କଙ୍କ ସମ୍ପତ୍ତି
ଓଏଲ୍ ବ୍ୟୁରୋ: ଆମେରିକା ଇତିହାସରେ ସବୁଠାରୁୁ ବଡ଼ ରାଜନୈତିକ ପ୍ରତ୍ୟାବର୍ତ୍ତନ କରିଛନ୍ତି ଡୋନାଲ୍ଡ ଟ୍ରମ୍ପ। ଆମେରିକା ରାଷ୍ଟ୍ରପତିି ନିର୍ବାଚନରେ ରିପବ୍ଲିକାନ୍ ଦଳ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ୍ ବିପୁଳ ବିଜୟ ହାସଲ କରିଛନ୍ତି। ଟ୍ରମ୍ପଙ୍କ ବିଜୟ ପରେ ବିଶ୍ବର ବିଶିଷ୍ଟ କୋଟିପତି ତଥା ଟେସ୍ଲା ସିଇଓ ଏଲନ ମସ୍କ ଉପରେ ଡଲାର ବର୍ଷା ହୋଇଛି। ମସ୍କଙ୍କ ସମ୍ପତ୍ତି ଗୋଟିଏ ଦିନରେ ୨୬.୫ ଆରବ ଡଲାର ବୃଦ୍ଧି ପାଇଛି। ଏବେ ମସ୍କଙ୍କ ସମ୍ପତ୍ତି ୨୯୦ ଆରବ ଡଲାରରେ ପହଁଞ୍ଚିଛି।
ଟ୍ରମ୍ପ ଜିତିବା ପରେ ଆମେରିକା ସେୟାର ବଜାରରେ ମଧ୍ୟ ଉତ୍ସାହ ଦେଖିବାକୁ ମିଳିଥିଲା। ଯଦି ଏହି ଉତ୍ସାହ ଆଜି ବି ଦେଖିବାକୁ ମିଳେ ତେବେ ମସ୍କ ୩୦୦ ଆରବ ଡଲାରରେ ପହଁଞ୍ଚିବେ ବୋଲି ଅର୍ଥନୀତିଜ୍ଞ ବିଶେଷଜ୍ଞ ମତ ରଖିଛନ୍ତି।
ଚଳିତ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ବିଲିୟନେୟାର ବ୍ୟବସାୟୀ ତଥା ଟେସ୍ଲା ସିଇଓ ଏଲନ ମସ୍କ ଖୋଲାଖୋଲି ଭାବେ ରିପବ୍ଲିକାନ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପଙ୍କ ସପକ୍ଷରେ ପ୍ରଚାର କରିଥିଲେ। ନିର୍ବାଚନୀ ପ୍ରଚାର ପାଇଁ ସେ ଟ୍ରମ୍ପଙ୍କ ପଲିଟିକାଲ ଆକ୍ସନ କମିଟିକୁ ୧୧୯ ମିଲିୟନ ୟୁଏସ୍ ଡଲାରର ଆର୍ଥିକ ସହାୟତା ପ୍ରଦାନ କରିଥିଲେ।
ଟ୍ରମ୍ପଙ୍କ ପ୍ରଶାସନରେ ମସ୍କଙ୍କର ମହାକାଶଯାନ ନିର୍ମାତା କମ୍ପାନୀ ସ୍ପେସ୍ ଏକ୍ସ’କୁ ମିଳୁଥିବା ସରକାରୀ କଣ୍ଟ୍ରାକ୍ଟର ମାତ୍ରା ବୃଦ୍ଧି ପାଇବ ବୋଲି ଅନୁମାନ କରାଯାଉଛି। କେବଳ ଗତ ମାସରେ ଏହି ମହାକାଶ ଯାନ ନିର୍ମାତା କମ୍ପାନୀକୁ ୭୦୦ ମିଲିୟନ ଡଲାରରୁ ଅଧିକ ମୂଲ୍ୟର ସରକାରୀ କଣ୍ଟ୍ରାଟ ମିଳିଥିବାବେଳେ ଟ୍ରମ୍ପଙ୍କ ପ୍ରଶାସନରେ ଏହାର ମାତ୍ରା ଆହୁରି ବୃଦ୍ଧି ପାଇବ।