୧୫ରୁ କଟକ ବାଲିଯାତ୍ରା, ଫୁଟପାଥରେ ବ୍ୟବସାୟ ନିଷେଧ
ଓଏଲ୍ ବ୍ୟୁରୋ: ଚଳିତବର୍ଷ ନଭେମ୍ବରରେ ଆୟୋଜିତ ହେବ ଐତିହାସିକ କଟକ ବାଲିଯାତ୍ରା। ନଭେମ୍ବର ୧୫ରୁ ଆରମ୍ଭ ହୋଇ ନଭେମ୍ବର ୨୨ ଯାଏଁ ଚାଲିବ କଟକ ବାଲିଯାତ୍ରା। ଏନେଇ ପ୍ରସ୍ତୁତି ଆରମ୍ଭ ହୋଇଛି। ତଳ ପଡ଼ିଆ ସହ ଉପର ପଡ଼ିଆରେ ବି ବାଲିଯାତ୍ରା ହେବ। ଚଳିତ ବର୍ଷ ଉଭୟ ଉପର ଓ ତଳ ପଡ଼ିଆରେ ବାଲିଯାତ୍ରା ପାଇଁ ହାଇକୋର୍ଟ ଅନୁମତି ମିଳିଛି।
ଅନ୍ୟପଟେ, ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ କଟକ ଜିଲ୍ଲାପାଳ ନିଷେଧାଦେଶ ଲଗାଇଛନ୍ତି। ଜୋବ୍ରାରୁ ଚହଟା, ଉପର ଓ ତଳ ପଡ଼ିଆ ରାସ୍ତାରେ ବସିବା ମନା। ଫୁଟପାଥରେ ବ୍ୟବସାୟ ନିଷେଧ ପାଇଁ ଜାରି ହେଲା ୧୬୩ ଧାରା। ଆଜିଠାରୁ ୨୪ ତାରିଖ ପର୍ଯ୍ୟନ୍ତ ଜାରି ହେଲା ନିଷେଧାଦେଶ। ଉଠାଦୋକାନୀଙ୍କ ବ୍ୟବସାୟ ପାଇଁ ତଳପଡ଼ିଆରେ ସ୍ବତନ୍ତ୍ର ଜାଗା ସ୍ଥିର ହୋଇଛି। ବ୍ୟବସାୟ ପାଇଁ ତଳ ପଡ଼ିଆରେ ୨୦ ହଜାର ବର୍ଗଫୁଟ ସ୍ଥାନ ଚିହ୍ନଟ ହୋଇଛି। ୟୁଜର ଫି ଦେଇ ଉଠାଦୋକାନୀ ସେଠାରେ ବ୍ୟବସାୟ କରିପାରିବେ।