Odisha Link
Bridging the Missing Links in Odisha

ବିଧାନସଭାରେ ଜୋରଦାର ହଙ୍ଗାମା, ଶାସକ-ବିରୋଧୀ ଧସ୍ତାଧସ୍ତି

ଓଏଲ୍‌ ବ୍ୟୁରୋ: ଜମ୍ମୁ କଶ୍ମୀର ବିଧାନସଭାରେ ପୁଣି ଜୋରଦାର ହଙ୍ଗାମା। ଶାସକ-ବିରୋଧୀ ବିଧାୟକଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିବା ଖବର ସାମ୍ନାକୁ ଆସିଛି। ଧାରା ୩୭୦ ପୁନଃ ଲାଗୁ ପ୍ରସ୍ତାବ ଆଗତ ପରେ ଜମ୍ମୁ କଶ୍ମୀର ବିଧାନସଭାରେ ଜୋରଦାର ହଙ୍ଗାମା ଦେଖିବାକୁ ମିଳିଛି। ଗୃହର ମଧ୍ୟଭାଗରେ ବିଜେପିର ବିରୋଧ ବେଳେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିବାବେଳେ ମାରପିଟ୍ ରୋକିବାକୁ ମାର୍ସଲ୍ ଆସିଥିଲେ।

ସୂଚନା ଅନୁସାରେ, ନଭେମ୍ବର ୪ରୁ ଜମ୍ମୁ ଓ କାଶ୍ମୀର ବିଧାନସଭାର ପ୍ରଥମ ଅଧିବେଶନ ଆରମ୍ଭ ହୋଇଛି। ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ଅର୍ଥାତ୍ ଦୀର୍ଘ ୬ ବର୍ଷ ପରେ ଜମ୍ମୁ-କଶ୍ମୀର ବିଧାନସଭାର ପ୍ରଥମ ଅଧିବେଶନ ଆରମ୍ଭ ହୋଇଛି। ଶେଷ ବୈଠକ ୨୦୧୮ରେ ଅନୁଷ୍ଠିତ ହୋଇଥିଲା। ତେବେ ପ୍ରଥମ ଅଧିବେଶନର ପ୍ରଥମ ଦିନରେ ଜମ୍ମୁ କଶ୍ମୀର ବିଧାନସଭା ଗୃହରେ ବ୍ୟାପକ ହଙ୍ଗାମା ଦେଖିବାକୁ ମିଳିଥିଲା।

ଧାରା ୩୭୦ ଉଚ୍ଛେଦ ପ୍ରସଙ୍ଗକୁ ଆଳ କରି ଶାସକ-ବିରୋଧୀଙ୍କ ମଧ୍ୟ ତୀବ୍ର ହୋହଲ୍ଲା ହୋଇଛି, ଯାହାଫଳରେ ଗୃହରେ ସାମୟିକ ମୁଲତବୀ ମଧ୍ୟ ଘୋଷଣା କରିବାକୁ ପଡିଛି। ଜମ୍ମୁ-କାଶ୍ମୀରରୁ ୨୦୧୯ ଅଗଷ୍ଟ ୫ରେ ଉଚ୍ଛେଦ ହୋଇଥିବା ଧାରା ୩୭୦କୁ ନେଇ ଗୃହରେ ପିଡିପି ଓ ବିଜେପି ବିଧାୟକ ମୁହାଁମୁହିଁ ହୋଇଛନ୍ତି।

Leave A Reply

Your email address will not be published.