କଟକ ଗଣଦୁଷ୍କର୍ମ ମାମଲା: ସାମ୍ନାକୁ ଆସିଲା ସାଙ୍ଘାତିକ ସତ
ଓଏଲ୍ ବ୍ୟୁରୋ: କଟକରେ ଜଣେ କଲେଜ ଛାତ୍ରୀ ଗଣଦୁଷ୍କର୍ମର ଶିକାର ହୋଇଥିବା ଘଟଣା ସାମ୍ନାକୁ ଆସିଛି। ବୟଫ୍ରେଣ୍ଡ ସହ ସମସ୍ତ ଛଅ ଅଭିଯୁକ୍ତଙ୍କୁ ଗିରଫ କରିଛି ବାଦାମବାଡ଼ି ଥାନା ପୁଲିସ। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ନାବାଳକ ଥିବା ସୂଚନା ରହିଛି। ଏହି ଘଟଣାର ତଦନ୍ତ ଚାଲିଥିବାବେଳେ ସାମ୍ନାକୁ ଆସିଲା ସାଙ୍ଘାତିକ ସତ।
ସୂଚନା ଅନୁସାରେ, ହୁକା ବାରରେ ବୟଫ୍ରେଣ୍ଡ ସହ ଜନ୍ମଦିନ ପାଳିଥିଲେ ଛାତ୍ରୀ। ସେଦିନ ବୟଫ୍ରେଣ୍ଡ ସହ ଅନ୍ତରଙ୍ଗ ଭିଡିଓ ସୁଟ୍ ହୋଇଥିଲା। ହୁକା ବାର୍ ମାଲିକ ଏହି ଭିଡିଓ ସୁଟ୍ କରିଥିଲେ। ସପ୍ତାହେ ପରେ ବାରଙ୍ଗକୁ ଛାତ୍ରୀଙ୍କୁ ଡାକିଥିଲେ ମାଲିକ। ପ୍ରଥମେ ବାରଙ୍ଗ ଆସିବାକୁ ଛାତ୍ରୀ ରାଜି ହୋଇନଥିଲେ। କିନ୍ତୁ ଭିଡିଓ ଭାଇରାଲର ଧମକ ଦିଆଯାଇଥିଲା।
ବାଧ୍ୟ ହୋଇ ଛାତ୍ରୀ ଜଣକ ବାରଙ୍ଗ ଯାଇଥିଲେ। ହୁକା ବାର୍ ମାଲିକ ଓ ୪ ସାଙ୍ଗ ଦୁଷ୍କର୍ମ କରିଥିଲେ। ସେଠାରେ ବୟଫ୍ରେଣ୍ଡ ଥିଲେ କି ନା ଜଣା ପଡ଼ିନାହିଁ। ବୟଫ୍ରେଣ୍ଡଙ୍କ ସହ ଅନ୍ୟ ୫ ଜଣଙ୍କୁ ଗିରଫ କରାଯାଇଛି। ପ୍ରଥମେ ଯେଉଁ କାଫେରେ ଗଣଦୁଷ୍କର୍ମ ଶିକାର ହୋଇଥିଲେ ସେହି କାଫେ ମାଲିକଙ୍କୁ ଗିରଫ କରାଯାଇଛି।
କାଫେ ସିଲ୍ କରିବା ପାଇଁ ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ଡିସିପି। ପୋକ୍ସୋ ସମେତ ଆଇଟି ଆକ୍ଟ, ଏସି.ଏସ୍ଟି ଦଫାରେ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇଛି। ଏହି ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ମନ୍ତ୍ରୀ କହିଛନ୍ତି, ମହିଳାଙ୍କ ପ୍ରତି ହିଂସାକୁ କଠୋର ଭାବେ ଦମନ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।
କଟକ ଗଣଦୁଷ୍କର୍ମ ଘଟଣାକୁ ନେଇ ଆଇନ ମନ୍ତ୍ରୀ କହିଛନ୍ତି, ମହିଳା ହିଂସା କ୍ଷେତ୍ରରେ ସରକାରଙ୍କ ଜିରୋ ଟଲେରାନ୍ସ ନୀତି ସ୍ପଷ୍ଟ।ମହିଳାଙ୍କ ପ୍ରତି ହିଂସାକୁ କଠୋର ଭାବେ ଦମନ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। କଟକ ଘଟଣାରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ କୁହାଯାଇଛି। କୌଣସି ଟାଳଟୁଳ ହେବନି, ଦୋଷୀକୁ ଦଣ୍ଡିତ ପାଇଁ ସବୁ ପଦକ୍ଷେପ ନିଆଯିବ। ୨୦୩୬ ସୁଦ୍ଧା ଓଡ଼ିଶା ଦେଶରେ ମହିଳା ବିରୋଧୀ ଅପରାଧ ମୁକ୍ତ ହେବ ବୋଲି ମନ୍ତ୍ରୀ କହିଛନ୍ତି।