Odisha Link
Bridging the Missing Links in Odisha

ବିଦାୟ ନେଲେ ଜଷ୍ଟିସ୍ ଚନ୍ଦ୍ରଚୂଡ଼, କହିଲେ…

ଜଷ୍ଟିସ୍ ଚନ୍ଦ୍ରଚୂଡ଼ ନ୍ୟାୟପାଳିକାର ରକଷ୍ଟାର

ଓଏଲ୍‌ ବ୍ୟୁରୋ: ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ଡି.ୱାଇ ଚନ୍ଦ୍ରଚୂଡ଼ଙ୍କର ଆଜି ଶେଷ କାର୍ଯ୍ୟଦିବସ ଥିଲା। ଶେଷ ଦିବସରେ ଅବସରକାଳୀନ ବାର୍ତ୍ତା ବେଳେ ଭାବବିହ୍ୱଳ ହୋଇଛନ୍ତି ପ୍ରଧାନ ବିଚାରପତି। ସେ କହିଛନ୍ତି, କାଲିଠାରୁ ମୁଁ ଆଉ ନ୍ୟାୟ ପ୍ରଦାନ କରିପାରିବି ନାହିଁ। କିନ୍ତୁ ଏତିକିରେ ମୁଁ ସନ୍ତୁଷ୍ଟ ବୋଲି କହିଛନ୍ତି ବିଦାୟୀ ପ୍ରଧାନ ବିଚାରପତି।

ବିଦାୟୀ ବାର୍ତ୍ତା ବେଳେ ସିଜେଆଇ ଚନ୍ଦ୍ରଚୂଡ଼ କୋର୍ଟରେ କେବେ କାହା ମନରେ ଦୁଃଖ ଦେଇଥିଲେ ସେଥିପାଇଁ କ୍ଷମା ପ୍ରାର୍ଥନା ମଧ୍ୟ କରିଥିଲେ। ସେ କହିଥିଲେ, ଯଦି ମୁଁ କେବେ କୋର୍ଟରେ କାହା ମନକୁ ଆଘାତ ଦେଇଛି, ଦୟାକରି ମୋତେ କ୍ଷମା କରନ୍ତୁ। କାରଣ ମୋର ଭାବନା କେବେ କାହାକୁ ଦୁଃଖ ଦେବା ନଥିଲା। ପ୍ରଧାନ ବିଚାରପତି ଏହି ସମୟରେ ‘ମିଛାମି ଦୁକ୍କଡମ୍’ ବାକ୍ୟାଂଶ ବ୍ୟବହାର କରିଥିଲେ। ଏହାର ଅର୍ଥ ହେଉଛି- “ଯାହା କିଛି ଖରାପ ହୋଇଛି, ତାହା ବୃଥା ହେଇଯାଉ। ସେ ପରବର୍ତ୍ତୀ ପ୍ରଧାନ ବିଚାରପତିଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଏଥିସହ ନିଜକୁ ସବୁଠାରୁ ଅଧିକ ଟ୍ରୋଲ ହୋଇଥିବା ଜଜ୍ ବୋଲି ଅଭିହିତ କରିଥିଲେ।

ତେବେ ଶେଷ ମୁହୂର୍ତ୍ତରେ ଉପସ୍ଥିତ ଆଇନଜୀବୀ ତଥା ବାର୍ ସଦସ୍ୟମାନେ ଏକତ୍ରିତ ହୋଇ ପ୍ରଧାନ ବିଚାରପତିଙ୍କୁ ନ୍ୟାୟପାଳିକାର “ରକ୍ ଷ୍ଟାର୍” ବୋଲି କହିଥିଲେ। ସୂଚନାଥାଉ, ନଭେମ୍ବର ୧୧ରେ ଚନ୍ଦ୍ରଚୂଡ଼ଙ୍କ ଉତ୍ତରାଧିକାରୀ ତଥା ଭାରତର ୫୧ତମ ପ୍ରଧାନ ବିଚାରପତି ଭାବରେ ଜଷ୍ଟିସ ସଞ୍ଜୀବ ଖାନ୍ନା ଶପଥ ନେବେ।

Leave A Reply

Your email address will not be published.