Odisha Link
Bridging the Missing Links in Odisha

ଭୁବନେଶ୍ବରରେ ଲଭ୍ ଜିହାଦ୍‌! ଧରାପଡ଼ିଲା କଶ୍ମୀର ଯୁବକ

ଓଏଲ୍‌ ବ୍ୟୁରୋ: ଲଭ୍‌ ଜିହାଦକୁ ରୋକିବା ପାଇଁ ସରକାର କଡ଼ା ଆଇନ୍‌ ଆଣିଥିଲେ ମଧ୍ୟ ଓଡ଼ିଶାରେ ଘଟିଥିବା ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଭୁବନେଶ୍ବରରେ ଲଭ୍ ଜିହାଦ୍‌ ଘଟଣା ସାମ୍ନାକୁ ଆସିଛି। ଏହି ଘଟଣାରେ ଅଭିଯୁକ୍ତକୁ ଗିରଫ କରାଯାଇଛି। ଅନ୍‌ଲାଇନ୍‌ ଗେମ୍‌ରୁ ଆରମ୍ଭ ହୋଇଥିଲା ହିନ୍ଦୁ ଯୁବତୀଙ୍କ ସହ ପ୍ରେମ। ଜଗତସିଂହପୁରର ଯୁବତୀଙ୍କୁ ନେବାକୁ ଆସିଥିଲା କଶ୍ମୀର ଯୁବକ। ସୋସିଆଲ ମିଡିଆରେ ଯୁବତୀଙ୍କୁ ଫସାଇଥିଲେ। ଫଟୋକୁ ଅଶ୍ଳୀଳ କରି ସୋସିଆଲ ମିଡିଆରେ ପୋଷ୍ଟ କରୁଥିଲେ। ଅଶ୍ଳୀଳ ଫଟୋ ଦେଖାଇ ଯୁବତୀଙ୍କୁ ଟଙ୍କା ମାଗୁଥିଲେ। ଯୁବକ ପ୍ରଥମେ ସମୀର ନାଁ କହି ଯୁବତୀଙ୍କୁ ଫସାଇଥିଲେ। ପରେ ଜଣାପଡ଼ିଲା ସେ ହିନ୍ଦୁ ନୁହଁନ୍ତି, ମୁସଲିମ ଯୁବକ। ଧର୍ମ ପରିବର୍ତ୍ତନ ପାଇଁ ଚାପ ପକାଉଥିଲେ ଯୁବକ। ଅଭିଯୋଗ କ୍ରମେ କଶ୍ମୀରରୁ ଭୁବନେଶ୍ବର ଆସିଥିବା ଯୁବକଙ୍କୁ ପୁଲିସ ଉଠାଇ ନେଇଛି।

Leave A Reply

Your email address will not be published.