Odisha Link
Bridging the Missing Links in Odisha

ହିମାଚଳ ରାଜନୀତିରେ ସୁଖୁଙ୍କ ସମୋସା, ସିଙ୍ଗଡ଼ାର ସିଆଇଡି ତଦନ୍ତ ଜାରି

ଓଏଲ୍‌ ବ୍ୟୁରୋ: କୁଆଡ଼େ ଗଲା ହିମାଚଳ ମୁଖ୍ୟମନ୍ତ୍ରୀଙ୍କ ସିଙ୍ଗଡ଼ା। ଏହାକୁ ନେଇ ରାଜନୀତି ଜୋର ଧରିଥିବା ବେଳେ ତଦନ୍ତ ଆରମ୍ଭ କରିଛି ସିଆଇଡି। ମୁଖ୍ୟମନ୍ତ୍ରୀଙ୍କ ସିଙ୍ଗଡ଼ା ହଜିବା ଘଟଣାକୁ ସରକାର ବିରୋଧୀ କାର୍ଯ୍ୟ ବୋଲି ଦର୍ଶାଇଛି ତଦନ୍ତକାରୀ ସଂସ୍ଥା। ଏଭଳି ଏକ ରୋଚକ ଘଟଣାକୁ ନେଇ ଏବେ ପାହାଡ଼ି ରାଜ୍ୟ ହିମାଚଳ ପ୍ରଦେଶରେ ଚହଳ ସୃଷ୍ଟି ହୋଇଛି। ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ପ୍ଲେଟରୁ ଗାଏବ ହୋଇଗଲା ସିଙ୍ଗଡ଼ା ଓ କେକ୍‌। କଂଗ୍ରେସ ଶାସିତ ରାଜ୍ୟ ହିମାଚଳ ପ୍ରଦେଶରେ ଏଭଳି ଘଟଣା ଘଟିଛି।

ସୂଚନା ଅନୁସାରେ, ଅକ୍ଟୋବର ୨୧ରେ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ ସାଇବର ୱିଙ୍ଗ ଷ୍ଟେସନର ଉଦଘାଟନ ପାଇଁ ସିଆଇଡି ମୁଖ୍ୟାଳୟକୁ ଯାଇଥିଲେ। ସେଠାରେ ମୁଖ୍ୟମନ୍ତ୍ରୀଙ୍କୁ ଜଳଖିଆ ପାଇଁ ସିଙ୍ଗଡ଼ା, କେକ୍‌ ଆଦି ସ୍ନାକ୍ସ ମଗାଯାଇଥିଲା। ତେବେ ମୁଖ୍ୟମନ୍ତ୍ରୀଙ୍କ ପରିବର୍ତ୍ତେ ସେସବୁ ତାଙ୍କ ସୁରକ୍ଷା କର୍ମୀଙ୍କୁ ପରସା ଯାଇଥିଲା। ମୁଖ୍ୟମନ୍ତ୍ରୀଙ୍କ ପ୍ଲେଟରୁ ସିଙ୍ଗଡ଼ା, କେକ୍‌ ଗାଏବ ହେବା ଘଟଣାକୁ ନେଇ ଚର୍ଚ୍ଚା ହେବା ପରେ ଏହାର ତଦନ୍ତ କରାଯାଇଥିଲା। ସିଆଇଡି ଘଟଣାର ତଦନ୍ତ କରିବା ସହ ଏହା ସରକାର ବିରୋଧୀ କାର୍ଯ୍ୟ ବୋଲି ଦର୍ଶାଇଥିବା ସୂଚନା ମିଳିଛି।

ତଦନ୍ତ ଜଣାପଡିଛି ଯେ, ଯେତେବେଳେ ଏହି ଡବାଗୁଡିକ ଲେଡି ଇନ୍ସପେକ୍ଟରଙ୍କୁ ହସ୍ତାନ୍ତର କରାଯାଇଥିଲା, ସେତେବେଳେ ସେ କୌଣସି ବରିଷ୍ଠ ଅଧିକାରୀଙ୍କ ସହ ନିଶ୍ଚିତ କରିନଥିଲେ ଏବଂ ଜଳଖିଆ ପାଇଁ ଜିମ୍ମେଦାର ମେକାନିକାଲ୍ ଟ୍ରାନ୍ସପୋର୍ଟ (MT) ବିଭାଗକୁ ପଠାଇଥିଲେ। ଏହି ଭୁଲ ହେତୁ, ଏହି ବାକ୍ସଗୁଡିକ ସେମାନଙ୍କର ଯୋଗ୍ୟ ବ୍ୟକ୍ତିଙ୍କ ନିକଟରେ ପହଞ୍ଚିବା ପୂର୍ବରୁ ଭୁଲ୍ ଯାଗାରେ ପହଞ୍ଚିଥିଲା। ରିପୋର୍ଟରେ କୁହାଯାଇଛି ଯେ ଏହି ତ୍ରୁଟି ପାଇଁ ସମନ୍ୱୟର ଅଭାବ ଏକ ଗୁରୁତ୍ୱପୂର୍ଣ୍ଣ କାରଣ।

ସିଆଇଡି ପକ୍ଷରୁ ଏହାର ଯାଞ୍ଚ ଆରମ୍ଭ ହୋଇଥିବା ବେଳେ ଏଥିରେ ସମ୍ପୃକ୍ତ ଲୋକେ ସିଆଇଡି ଓ ସରକାର ବିରୋଧୀ ଭାବେ କାମ କରୁଥିବା କୁହାଯାଇଛି। ବିଜେପି ମୁଖ୍ୟ ପ୍ରବକ୍ତା ରଣଧୀର ଶର୍ମା ଗତକାଲି କହିଛନ୍ତି, ରାଜ୍ୟ ସରକାର ଲୋକଙ୍କ ବିକାଶ ଚିନ୍ତା ଛାଡ଼ି ମୁଖ୍ୟମନ୍ତ୍ରୀଙ୍କ ସିଙ୍ଗଡା ପଛରେ ପଡ଼ିଛନ୍ତି।  ଯାଞ୍ଚ ପରେ ଏହା ସରକାର ବିରୋଧୀ କାମ ବୋଲି କୁହାଯାଉଛି। କିନ୍ତୁ ଏହାର କୌଣସି ଆଧାର ନ ଥିବା ସେ କହିଛନ୍ତି।

Leave A Reply

Your email address will not be published.