ଲଣ୍ଡନରେ ଓ୍ୱାର୍ଲଡ ଟ୍ରାଭେଲ ମାର୍କେଟର ଶେଷ ଦିନ, ସାମିଲ ହେଲେ ପ୍ରଭାତୀ ପରିଡ଼ା
ଓଏଲ୍ ବ୍ୟୁରୋ: ଲଣ୍ଡନରେ ୱାର୍ଲ୍ଡ ଟ୍ରାଭେଲ ମାର୍କେଟର ଆଜି ଶେଷ ଦିନ। ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ପ୍ରବାସୀ ଓଡ଼ିଆଙ୍କ ଗୁରୁତ୍ବକୁ ପ୍ରାଧାନ୍ୟ ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। କଳା, ସଂସ୍କୃତି ଓ ପର୍ଯ୍ୟଟନର ଅଗ୍ରଗତିରେ ଭୂମିକାକୁ ଗୁରୁତ୍ବାରୋପ କରିଛନ୍ତି। ଏହା ସହ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ନିବେଶକଙ୍କ ୨ଟି ଗୋଲଟେବୁଲ ବୈଠକ କରିଛନ୍ତି। ଭାରତର ଉଚ୍ଚାୟୁକ୍ତଙ୍କ ସହ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଲଣ୍ଡନରେ ଓ୍ୱାର୍ଲଡ ଟ୍ରାଭେଲ ମାର୍କେଟର ଉଦଘାଟନ କରିଥିଲେ। ୱାର୍ଲ୍ଡ ଟ୍ରାଭେଲ୍ ମାର୍କେଟ ଓଡ଼ିଶାର ବିବିଧତାକୁ ପ୍ରଦର୍ଶିତ କରିବା ସହ ଅନ୍ତର୍ଜାତୀୟ ସ୍ତରର ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାରେ ସହାୟତା କରିବା ପାଇଁ ଏହାର ଆୟୋଜନ କରାଯାଇଥିଲା।