Odisha Link
Bridging the Missing Links in Odisha

ଓଡ଼ିଶା ପର୍ଯ୍ୟଟନରେ ସୃଷ୍ଟି ହେବ ନୂଆ ଅଧ୍ୟାୟ

ଓଡ଼ିଶା ପର୍ଯ୍ୟଟନରେ ସୃଷ୍ଟି ହେବ ନୂଆ ଅଧ୍ୟାୟ, ଛୁଟିବ ପର୍ଯ୍ୟଟକଙ୍କ ସୁଅ

ଓଏଲ୍‌ ବ୍ୟୁରୋ: ବିଦେଶ ଗସ୍ତରୁ ଫେରିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଆସୁ ଆସୁ ବଡ଼ ସୂଚନା ଦେଲେ ଶ୍ରୀମତୀ ପରିଡ଼।। ସେ କହିଛନ୍ତି ପ୍ରାକୃତିକ ପର୍ଯ୍ୟଟନ କ୍ଷେତ୍ରରେ ବିକାଶ ପାଇଁ ଖୁବ୍‌ଶୀଘ୍ର ବିଦେଶୀ ନିବେଶକ ଓଡ଼ିଶା ଆସିବେ ବୋଲି ସେ ସୂଚନା ଦେଇଛନ୍ତି।

ଲଣ୍ଡନ ଗସ୍ତରୁ ଫେରି ପ୍ରଭାତୀ ପରିଡ଼ା କହିଛନ୍ତି, ଓଡ଼ିଶା ପର୍ଯ୍ୟଟନରେ ସୃଷ୍ଟି ହେବ ନୂଆ ଅଧ୍ୟାୟ, ଛୁଟିବ ପର୍ଯ୍ୟଟକଙ୍କ ସୁଅ। ଓଡ଼ିଶାର ଆଇକନିକ୍ ପର୍ଯ୍ୟଟନ କ୍ଷେତ୍ରର ହେବ ବିକାଶ। ଓଡ଼ିଶା ପର୍ଯ୍ୟଟନର ଭିତ୍ତିଭୂମି ନେଇ ଲଣ୍ଡନରେ ଉପସ୍ଥାପନା କରାଯାଇଛି। ଖୁବଶୀଘ୍ର ବିଦେଶୀ ନିବେଶକ ଓଡ଼ିଶା ଆସିବେ।

ସେ ଆହୁରି କହିଛନ୍ତି, ଆମ ଆଇକନିକ୍ ସାଇଟ୍ କୋଣାର୍କ, ୪୮୦ କି.ମି ବିଶିଷ୍ଟ ବେଳାଭୂମି, ବଡ଼ ଚିଲିକା ହ୍ରଦ, ଶିମିଳିପାଳ, ଦେବ୍ରିଗଡ଼, ଦେଓମାଳୀ। ଏସବୁକୁ ପ୍ରୋତ୍ସାହନ ଦେବା ଲାଗି ଆମେ କଥା ହୋଇଛୁ। ୱାର୍ଲ୍ଡ ଟୁରିଜିମ୍ ମାର୍ଟରେ ଓଡ଼ିଶାର ପ୍ରଦର୍ଶନ ଖୁବ୍ ଉତ୍କୃଷ୍ଟ। ଓଡ଼ିଶା ପର୍ଯ୍ୟଟନ ସହ ଜଡ଼ିତ ଥିବା ଲଣ୍ଡନର ପ୍ରବାସୀଙ୍କ ସହ ତିନି ରାଉଣ୍ଡ ଆଲୋଚନା ହୋଇଛି। ଲଣ୍ଡନର ହାଇକମିଶନଙ୍କ ସହ କଥା ହୋଇଛୁ।

Leave A Reply

Your email address will not be published.