ନିର୍ବାଚନ ପୂର୍ବରୁ ଅଡ଼ୁଆରେ ମୁଖ୍ୟମନ୍ତ୍ରୀଙ୍କ ପିଏ, ଘରେ ପଶିଲା ଆୟକର ବିଭାଗ
ସକାଳୁ ସକାଳୁ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବ୍ୟକ୍ତିଗତ ପରାମର୍ଶଦାତାଙ୍କ ଘରେ ଆୟକର ବିଭାଗ ଚଢାଉ କରିଛି।
ଓଏଲ୍ ବ୍ୟୁରୋ: ଆଉ ୩ ଦିନ ପରେ ଝାଡ଼ଖଣ୍ଡରେ ହେବ ପ୍ରଥମ ପର୍ଯ୍ୟାୟ ନିର୍ବାଚନ। ତା ପୂର୍ବରୁ ଆକ୍ସନ ମୁଡରେ ଇନକମ୍ ଟ୍ୟାକ୍ସ ବିଭାଗ। ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ଙ୍କ ବ୍ୟକ୍ତିଗତ ପରାମର୍ଶଦାତା ତଥା ପିଏ ସୁନୀଲ ଶ୍ରୀବାସ୍ତବଙ୍କ ଘରେ ପଶିଲା ଆୟକର ବିଭାଗ। ସୁନୀଲ ଶ୍ରୀବାସ୍ତବ, ତାଙ୍କ ପରିବାର ସଦସ୍ୟ ଏବଂ ତାଙ୍କ ସହ ଜଡିତ ମୋଟ ୧୬-୧୭ ସ୍ଥାନ ଉପରେ ଚଢାଉ କରିଛି।
ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନକୁ ଆଉ ଅଳ୍ପ ଦିନ ଥିବା ବେଳେ ଆଜି ସକାଳୁ ସକାଳୁ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବ୍ୟକ୍ତିଗତ ପରାମର୍ଶଦାତାଙ୍କ ଘରେ ଆୟକର ବିଭାଗ ଚଢାଉ କରିଛି। ସୋରେନଙ୍କ ସେକ୍ରେଟାରୀ ସୁନୀଲ ଶ୍ରୀବାସ୍ତବଙ୍କ ବାସଭବନ ସମେତ ୧୭ଟି ସ୍ଥାନରେ ରେଡ୍ ହୋଇଛି। ରାଞ୍ଚି ଏବଂ ଜାମସେଦପୁରରେ ଚଢାଉ ହୋଇଛି। ନିର୍ବାଚନ ପୂର୍ବରୁ ରାଞ୍ଚିରେ ଆୟକର ବିଭାଗର ଏହା ଏକ ବଡ କାର୍ଯ୍ୟାନୁଷ୍ଠାନ ବୋଲି କୁହାଯାଉଛି।
ସୂଚନାଥାଉକି, ଚଳିତଥର ୨ ଟି ପର୍ଯ୍ୟାୟରେ ଝାଡ଼ଖଣ୍ଡରେ ନିର୍ବାଚନ ଅନୁଷ୍ଠିତ ହେବ। ୧୩ ଏବଂ ୨୦ ନଭେମ୍ବରରେ ଝାଡ଼ଖଣ୍ଡରେ ଭୋଟ୍ ଅନୁଷ୍ଠିତ ହେବ ଏବଂ ଫଳାଫଳ ୨୩ ନଭେମ୍ବରରେ ଆସିବ।