ଶ୍ରୀମନ୍ଦିରରେ ଜେଟିପିକୁ ମାଡ଼ ମାରିଲେ ବଙ୍ଗୀୟ ଶ୍ରଦ୍ଧାଳୁ
ଓଏଲ୍ ବ୍ୟୁରୋ: ଶ୍ରୀମନ୍ଦିରରେ ଜଗନ୍ନାଥ ଟେମ୍ପୁଲ ପୁଲିସ କର୍ମଚାରୀଙ୍କୁ ମାଡ଼ ମାରିଲେ ବଙ୍ଗୀୟ ଶ୍ରଦ୍ଧାଳୁ। ଘଣ୍ଟିଦ୍ବାର ନିକଟରେ ପ୍ରବେଶକୁ ନେଇ ବଚସା ପରେ ପିଟିଲେ ବଙ୍ଗୀୟ ଶ୍ରଦ୍ଧାଳୁ। ଜଣେ ଜେଟିପିଙ୍କୁ ଶ୍ରଦ୍ଧାଳୁ ମାଡ଼ ମାରି ତାଙ୍କ ମୁଣ୍ଡ ଫଟାଇ ଦେଇଛନ୍ତି। ମାଡ଼ରେ ଜେଟିପି ଗୁପ୍ତେଶ୍ୱର ରାଉତରାୟଙ୍କ ମୁଣ୍ଡ ଫାଟିବାରୁ ସେ ଆହତ ହୋଇଛନ୍ତି।
ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଇଛି। ସିଂହଦ୍ୱାର ଥାନାରେ ଏତଲା ଦେଇଛନ୍ତି ଜେଟିପି ଓ ବଙ୍ଗୀୟ ଶ୍ରଦ୍ଧାଳୁ। ଜେଟିପି ଦୁର୍ବ୍ୟବହାର କରିଥିବା ବଙ୍ଗୀୟ ଶ୍ରଦ୍ଧାଳୁ ଅଭିଯୋଗ କରିଛନ୍ତି। ଅନ୍ୟପଟେ ଜେଟିପି ଜଣଙ୍କ ସିଂହଦ୍ବାର ଥାନାରେ ଏତଲା ଦେଇଛନ୍ତି। ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।