ଆସନ୍ତା ୨୪ରେ ଆସିବ ସୁଭଦ୍ରାର ତୃତୀୟ ପର୍ଯ୍ୟାୟ ଟଙ୍କା
୨୦ଲକ୍ଷରୁ ଅଧିକ ହିତାଧିକାରୀ ପାଇବେ
ଓଏଲ୍ ବ୍ୟୁରୋ: ଆସନ୍ତା ୨୪ରେ ମିଳିବ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା। ପ୍ରାୟ ୨୦ ଲକ୍ଷରୁ ଅଧିକ ହିତାଧିକାରୀଙ୍କ ଖାତାକୁ ଯିବ ‘ସୁଭଦ୍ରା’ ଟଙ୍କା। ଏ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି। ସୁନ୍ଦରଗଡ଼ରେ ମିଳିବ ତୃତୀୟ ପର୍ଯ୍ୟାୟ ଟଙ୍କା।
ଏହା ପୂର୍ବରୁ ୨ଟି ପର୍ଯ୍ୟାୟରେ ପ୍ରାୟ ୬୦ଲକ୍ଷରୁ ଉର୍ଦ୍ଧ୍ବ ହିତାଧିକାରୀଙ୍କୁ ସୁଭଦ୍ରା ଟଙ୍କା ମିଳିସାରିଛି।
ସେହିପରି ତାଲିକାରୁ ବାଦ ପଡିଥିବା ମହିଳାଙ୍କ ପାଇଁ ପୁନଃ ଚିନ୍ତା କରାଯିବା ସହ ସେମାନଙ୍କ ପାଇଁ ନୂଆ ନିୟମ ଆସିବା ବୋଲି ସୂଚନା ଦେଇଥିଲେ ଉପ ମୁଖ୍ୟମନ୍ତ୍ରୀ।