ଆମ୍ବ ଟାକୁଆ ପ୍ରସଙ୍ଗ: ବିଜୟ ମହାପାତ୍ରଙ୍କ ବଡ଼ ବୟାନ..
ଓଏଲ୍ ବ୍ୟୁରୋ: ସାରା ରାଜ୍ୟରେ ଚହଳ ପକାଇଥିବା କନ୍ଧମାଳ ଆମ୍ବ ଟାକୁଆ ଜାଉ ଖାଇ ଦୁଇ ଜଣଙ୍କ ମୃତ୍ୟୁ ପ୍ରସଙ୍ଗ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ମୃତ୍ୟୁ ପ୍ରସଙ୍ଗର ଆରଡିସି ସ୍ତରୀୟ ତଦନ୍ତ କରାଯାଇଛି। ତେବେ ଏହି ଘଟଣାରେ ରାଜନୈତିକ ବୟାନ ବାଜି ଜାରି ରହିଥିବାବେଳେ ବରିଷ୍ଠ ନେତା ବିଜୟ ମହାପାତ୍ର ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ଲୋକଙ୍କ ପାଖରେ ଖାଦ୍ୟ ଅଭାବ ଯୋଗୁଁ ସେମାନେ ଆମ୍ବ ଟାକୁଆ ଖାଇଛନ୍ତି। ୩ ମାସ ଚାଉଳ ରାସନ ନମିଳିବାରୁ ଏଭଳି ସ୍ଥିତି ଉପୁଜିଛି।
ସୂଚନା ଅନୁସାରେ, ଦୀପାବଳିରେ ସାମ୍ନାକୁ ଆସିଥିଲା ଅଭାବନୀୟ ଘଟଣା। ଆମ୍ବ ଟାକୁଆ ଖାଇ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬ଜଣ ଅସୁସ୍ଥ ହୋଇଥିବା ଅଭିଯୋଗ ହୋଇଛି। ତେବେ ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି। ଦାରିଙ୍ଗବାଡି ବ୍ଲକ ମାଣ୍ଡିପଙ୍କା ଗାଁରେ ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।