ଆଜି ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ଗସ୍ତ, ପ୍ରବାସୀ ଭାରତୀୟ ସମ୍ମିଳନୀରେ ହେବେ ସାମିଲ
ଓଏଲ୍ ବ୍ୟୁରୋ: ପ୍ରବାସୀ ଭାରତୀୟ ଦିବସ ଭାରତ ସରକାରଙ୍କ ଏକ ପ୍ରମୁଖ କାର୍ଯ୍ୟକ୍ରମ। ଏହା ବିଦେଶରେ ରହୁଥିବା ଭାରତୀୟମାନଙ୍କୁ ଏକସୂତ୍ରରେ ବାନ୍ଧି ସମ୍ପର୍କ ସ୍ଥାପନ କରିବା ତଥା ପରସ୍ପର ସହ ଆଲୋଚନା ପାଇଁ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ପ୍ରଦାନ କରିଥାଏ। ଏହି ଅବସରରେ ଭାରତୀୟ ସମ୍ମିଳନୀର ଲୋଗୋ ଉନ୍ମୋଚନ ଦିଲ୍ଲୀରେ କାର୍ଯ୍ୟକ୍ରମ ଆୟୋଜିତ ହେବ। କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାମିଲ ହେବେ। ଦିଲ୍ଲୀ ଗସ୍ତରେ ଯାଇ ପ୍ରବାସୀ ଭାରତୀୟ ସମ୍ମିଳନୀର ଲୋଗୋ ଉନ୍ମୋଚନରେ ସାମିଲ ହେବେ। ଏହି କାର୍ଯ୍ୟକ୍ରମରେ ବୈଦେଶିକ ମନ୍ତ୍ରୀ ଜୟଶଙ୍କର ମଧ୍ୟ ସାମିଲ ହେବାର ସୂଚନା ରହିଛି।