ଶ୍ରୀମନ୍ଦିରରେ ଅଣହିନ୍ଦୁ, ସୁରକ୍ଷା ବ୍ୟବସ୍ଥା ନେଇ ଉଠିଲା ପ୍ରଶ୍ନ
ଓଏଲ୍ ବ୍ୟୁରୋ: ପୁରୀ ବଡ଼ଦେଉଳରେ ବାରମ୍ବାର ଅଣହିନ୍ଦୁ ପ୍ରବେଶ କରୁଥିବା ଅଭିଯୋଗ ସାମ୍ନାକୁ ଆସୁଥିବାବେଳେ ଅଣହିନ୍ଦୁ ପ୍ରବେଶ ରୋକିବାକୁ ପଦକ୍ଷେପ ଗ୍ରହଣ କରାଯାଇଛି। ହେଲେ କଡା ନିୟମ ସତ୍ତ୍ୱେ ଆଜି ପଂଚୁକର ପ୍ରଥମ ଦିନରେ ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ପୁଣି ପ୍ରଶ୍ନ ସୃଷ୍ଟି ହୋଇଛି। ଶ୍ରୀମନ୍ଦିରରେ ପ୍ରବଳ ଜନସମାଗମ ଭିତରେ ଅଣହିନ୍ଦୁ ପ୍ରବେଶ କରିଥିବା ସୂଚନା ରହିଛି।
ଆଜି ଶ୍ରୀକ୍ଷେତ୍ରରେ ଜମିଛି ବ୍ରତଧାରୀଙ୍କ ଭିଡ଼। ଚଳିତ ବର୍ଷ ୫ ଦିନ ବଦଳରେ ୪ ଦିନ ପଞ୍ଚୁକ ବ୍ରତ ପାଳନ ହେଉଛି। ଆଜିଠୁ ପଞ୍ଚୁକ ବ୍ରତ ପାଳନ କରୁଛନ୍ତି ବ୍ରତଧାରୀ। ବ୍ରତଧାରୀଙ୍କ ଭିଡ଼ ଭିତରେ ସୁରକ୍ଷା ବ୍ୟବସ୍ଥା ଭେଦକରି ଶ୍ରୀମନ୍ଦିରରେ ଅଣହିନ୍ଦୁ ପ୍ରଵେଶ କରିଛନ୍ତି।
ଅଣହିନ୍ଦୁ ଜଣକ ଚାଇନିଜ୍ ଭାଷାରେ କଥାବାର୍ତ୍ତା ହେଉଥିବା ଜଣା ପଡିଛି। ଭିଡ଼ ଭିତରେ ଭକ୍ତଙ୍କ ସହ ପ୍ରବେଶ କରିଥିଲେ ଅଣହିନ୍ଦୁ। ପରେ ଏହା ଜାଣିବା ପରେ ଶ୍ରୀମନ୍ଦିର ଭିତରୁ ଅଣହିନ୍ଦୁଙ୍କୁ କାଢ଼ିଲେ ଜେଟିପି। ଅଣହିନ୍ଦୁଙ୍କୁ ବ୍ୟାରିକେଡ୍ ବାହାରେ ସୁରକ୍ଷାକର୍ମୀ ଛାଡ଼ିଛନ୍ତି।