Odisha Link
Bridging the Missing Links in Odisha

ବୋମା ଭୟ: ଭୁବନେଶ୍ୱର ବିମାନବନ୍ଦରରେ କାର୍ଯ୍ୟକ୍ଷମ ହେଲା ଆଇଏଲ୍‌ବିଏସ୍‌

ଓଏଲ୍‌ ବ୍ୟୁରୋ: ବିମାନବନ୍ଦର ଗୁଡିକୁ ବାରମ୍ବାର ବୋମା ଧମକ ମିଳୁଥିବା ଖବର ସାମ୍ନାକୁ ଆସୁଥିଲା। ଏସବୁ ଭିତରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ କାର୍ଯ୍ୟକ୍ଷମ ହୋଇଛି ଇନ୍ ଲାଇନ୍ ବ୍ୟାଗେଜ୍ ହ୍ୟାଣ୍ଡେଲିଂ ସିଷ୍ଟମ (ଆଇଏଲ୍‌ବିଏସ୍‌)। ବ୍ୟୁରୋ ଅଫ୍ ସିଭିଲ୍ ଏଭିଏସନ୍ (ବିିସିଏଏସ୍‌)ର ଅନୁମତି ଆଧାରରେ ଉକ୍ତ ନୂଆ ସୁରକ୍ଷା ବ୍ୟବସ୍ଥା ଆରମ୍ଭ କରାଯାଇଛି। ଆଇଏଲ୍‌ବିଏସ୍ କାର୍ଯ୍ୟକ୍ଷମ ହେବା ଫଳରେ ଚେକ୍‌-ଇନ୍ ସ୍ଥାନରେ ଭିଡ଼ ହ୍ରାସ ପାଇବ ଏବଂ ବ୍ୟାଗ୍ ଯାଞ୍ଚ ପ୍ରକ୍ରିୟା ଉନ୍ନତ ତଥା ସରଳ ହେବ। ଆଇଏଲ୍‌ବିଏସ୍ ପାଇଁ ୨୫ କୋଟି ଟଙ୍କା ବ୍ୟୟ ହୋଇଛି।

ବିମାନ ଏବଂ ବିମାନବନ୍ଦର ଗୁଡିକ ପ୍ରତି ବିପଦ ଆଶଙ୍କା ବଢ଼ିଥିବା ବେଳେ ସୁରକ୍ଷା ବ୍ୟବସ୍ଥାରେ ଉନ୍ନତି ଆଣିବା ଏକାନ୍ତ ପରିହାର୍ଯ୍ୟ ହୋଇଥିଲା। ପୂର୍ବରୁ ବ୍ୟବହାର ହେଉଥିବା ଏକ୍ସ-ରେ ମେସିନ୍ ଏଥିପାଇଁ ପର୍ଯ୍ୟାପ୍ତ ନଥିଲା। ଏହି ପରିପ୍ରେକ୍ଷୀରେ ଭାରତୀୟ ବିମାନବନ୍ଦର ପ୍ରାଧିକରଣ (ଏଏଆଇ) ପକ୍ଷରୁ ଦେଶର ପ୍ରମୁଖ ବିମାନବନ୍ଦରରେ ଆଇଏଲ୍‌ବିଏସ୍ ଭଳି ଅତ୍ୟାଧୁନିକ ସ୍କାନିଂ ବ୍ୟବସ୍ଥା ଆରମ୍ଭ କରାଯାଇଛି। ଯାହା ସୁରକ୍ଷା ପ୍ରଦାନ କରିବ।

Leave A Reply

Your email address will not be published.