ବିଜେପି ବିଧାୟକଙ୍କ ବଡ଼ ବୟାନ, କହିଲେ-ଏବେ ଆଇସିୟୁରେ ବିଜେଡି
ଓଏଲ୍ ବ୍ୟୁରୋ: ବିଜୁ ଜନତା ଦଳକୁ ହରାଇ ପ୍ରଥମ ଥର ପାଇଁ ରାଜ୍ୟ ଶାସନ ଗାଦିରେ ବସିଛି ଭାରତୀୟ ଜନତା ପାର୍ଟି। ଏସବୁ ମଧ୍ୟରେ ମୋହନ ସରକାରଙ୍କୁ ପୁରିଲାଣି ୪ ମାସ। ଅନ୍ୟପଟେ ବିରୋଧୀ ଆସନରେ ପ୍ରଥମଥର ପାଇଁ ବସିଥିବା ବିଜେଡି ପରାଜୟର କାରଣ ଖୋଜି ପାଉନାହିଁ। ଏଏସବୁ ଭିତରେ ବରିଷ୍ଠ ବିଜେପି ବିଧାୟକ ଜୟନାରାୟଣ ମିଶ୍ର ବଡ଼ ବୟାନ ଦେଇଛନ୍ତି।
ବିଜେପି ନେତା କହିଛନ୍ତି, ବିଜେଡିର ଆୟୁଷ ବହୁତ କମ୍, ଏବେ ଆଇସିୟୁରେ ଅଛି। ଦଳ ଯେହେତୁ ଭାଙ୍ଗିଯାଉଛି ତାକୁ ବଞ୍ଚାଇବାକୁ ପ୍ରୟାସ କରୁଛନ୍ତି ଅତନୁ ବାବୁ। ବିଜେଡି ଲିଜ୍ରେ ଚାଲିଛି। କେତେବେଳେ ପ୍ୟାରୀ ଲିଜ୍ ନେଉଥିଲେ, କେତେବେଳେ ପାଣ୍ଡିଆନ୍।
ଅନ୍ୟପଟେ, ସାରା ରାଜ୍ୟରେ ଚହଳ ପକାଇଥିବା କନ୍ଧମାଳ ଆମ୍ବ ଟାକୁଆ ପ୍ରସଙ୍ଗରେ ରାଜନୈତିକ ବୟାନ ବାଜି ଜାରି ରହିଥିବାବେଳେ ବରିଷ୍ଠ ନେତା ବିଜୟ ମହାପାତ୍ର ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ଲୋକଙ୍କ ପାଖରେ ଖାଦ୍ୟ ଅଭାବ ଯୋଗୁଁ ସେମାନେ ଆମ୍ବ ଟାକୁଆ ଖାଇଛନ୍ତି। ୩ ମାସ ଚାଉଳ ରାସନ ନମିଳିବାରୁ ଏଭଳି ସ୍ଥିତି ଉପୁଜିଛି।