Odisha Link
Bridging the Missing Links in Odisha

ରାଜନୀତିରେ ଆମ୍ବ ଟାକୁଆ ପ୍ରସଙ୍ଗ: ବିଜୟଙ୍କ ବୟାନ ପରେ ବିଶେଶ୍ୱରଙ୍କ କଡ଼ା ଜବାବ

ଓଏଲ୍‌ ବ୍ୟୁରୋ: ସାରା ରାଜ୍ୟରେ ଚହଳ ପକାଇଥିବା କନ୍ଧମାଳ ଆମ୍ବ ଟାକୁଆ ଜାଉ ଖାଇ ଦୁଇ ଜଣଙ୍କ ମୃତ୍ୟୁ ପ୍ରସଙ୍ଗ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ମୃତ୍ୟୁ ପ୍ରସଙ୍ଗର ଆରଡିସି ସ୍ତରୀୟ ତଦନ୍ତ କରାଯାଇଛି। ତେବେ ଏହି ଘଟଣାରେ ରାଜନୈତିକ ବୟାନବାଜି ଜାରି ରହିଥିବାବେଳେ ବରିଷ୍ଠ ନେତା ବିଜୟ ମହାପାତ୍ର ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ଲୋକଙ୍କ ପାଖରେ ଖାଦ୍ୟ ଅଭାବ ଯୋଗୁଁ ସେମାନେ ଆମ୍ବ ଟାକୁଆ ଖାଇଛନ୍ତି। ୩ ମାସ ଚାଉଳ ରାସନ ନମିଳିବାରୁ ଏଭଳି ସ୍ଥିତି ଉପୁଜିଛି।

ଏହାର କଡା ଜବାବ ରଖିଛନ୍ତି ବିଶେଶ୍ୱର ଟୁଡୁ। ଯେଉଁ ଲୋକ କହୁଛନ୍ତି ଖାଇବାକୁ ନ ପାଇ ଆମ୍ବ ଟାକୁଆ ଖାଉଛନ୍ତି, ଏହା ଯୁକ୍ତିହୀନ ମନ୍ତବ୍ୟ। ରୁଚି କାରଣରୁ ସେ ଏଗୁଡା ଖାଉଛନ୍ତି, ଆମେ ମୟୁରଭଞ୍ଜରେ ବିଭିନ୍ନ ପ୍ରକାର ଜିନିଷ ଖାଉଥିଲୁ ତାର ଅର୍ଥ ନୁହେଁ ଆମେ ଅଭାବରେ ପଡ଼ି ଖାଉଥିଲୁ, ଏହା କେବଳ ରୁଚି ଥିଲା। କେହି ଏହାକୁ ରୋକ ଲଗେଇ ପାରିବେ ନାହିଁ, ତାଙ୍କର ମନେ ହେଲା ସେମାନେ ଖାଇଲେ, ସେ ଅସୁସ୍ଥ ହେବାରୁ କଣ ସରକାର ଦାୟୀ। ସେଥିରେ ରାଜନୀତି କରିବା କଥା ନୁହେଁ କିନ୍ତୁ ଯେଉଁମାନେ ଏହାକୁ ରାଜନୀତି କରୁଛନ୍ତି ସେମାନେ ଆଦିବାସୀ ସମାଜ ଉପରେ କେତେ କାମ କରିଛନ୍ତି ବୋଲି ବିଶେଶ୍ୱର ଟୁଡୁ ପ୍ରଶ୍ନ କରିଛନ୍ତି।

ସୂଚନା ଅନୁସାରେ, ଦୀପାବଳିରେ ସାମ୍ନାକୁ ଆସିଥିଲା ଅଭାବନୀୟ ଘଟଣା। ଆମ୍ବ ଟାକୁଆ ଖାଇ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬ଜଣ ଅସୁସ୍ଥ ହୋଇଥିବା ଅଭିଯୋଗ ହୋଇଛି। ତେବେ ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି। ଦାରିଙ୍ଗବାଡି ବ୍ଲକ ମାଣ୍ଡିପଙ୍କା ଗାଁରେ ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।

Leave A Reply

Your email address will not be published.