ଅଡ଼ୁଆରେ ପୂର୍ବତନ ରାଜ୍ୟସଭା ସାଂସଦ, ଜାରି ହେଲା NBW
ଓଏଲ୍ ବ୍ୟୁରୋ: ଅଡ଼ୁଆରେ ପୂର୍ବତନ ରାଜ୍ୟସଭା ସାଂସଦ ଏନ୍. ଭାସ୍କର ରାଓ। ପୂର୍ବତନ ରାଜ୍ୟସଭା ସାଂସଦ ଏନ୍. ଭାସ୍କର ରାଙ୍କ ନାଁରେ ଏନ୍.ବି.ଡବ୍ଲୁ ଜାରି ହୋଇଛି। ଭାସ୍କର ରାଓ ଓ ଅନ୍ୟ ୫ ଜଣଙ୍କ ନାଁରେ ଜାମିନ ବିହୀନ ଗିରଫ ପରୱାନା ଜାରି କରାଯାଇଛି। ଏକ ହତ୍ୟା ମାମଲାର ଶୁଣାଣିରେ ରାୟଗଡ଼ା ଏସଡିଜେଏମ କୋର୍ଟ NBW ଜାରି କରିଛି।
ସୂଚନା ଅନୁସାରେ, ୧୪ ବର୍ଷ ତଳେ ଆଦିବାସୀ ନେତା ଭାଗୀରଥି ମାଣ୍ଡାଙ୍ଗିଙ୍କ ହତ୍ୟା କରାଯାଇଥିବା ଅଭିଯୋଗ ସାମ୍ନାକୁ ଆସିଥିଲା। ମୃତ ଭାଗୀରଥିଙ୍କ ଭାଇ ଜଗନ୍ନାଥ କୋର୍ଟରେ ପିଟିସନ୍ ଦାୟର କରିଥିଲେ। କୌଣସି କାର୍ଯ୍ୟାନୁଷ୍ଠାନ ନ ହେବାରୁ ଗତ ଫେବ୍ରୁଆରୀ ୧୪ରେ ପିଟିସନ୍ ପକାଇଥିଲେ। ଏହା ପରେ ୧୪ ବର୍ଷ ତଳେ ଭାଗିରଥୀ ମାଣ୍ଡାଙ୍ଗିଙ୍କ ହତ୍ୟା ମାମଲାରେ ନବବ ଜାରି କରାଯାଇଛି ।