Odisha Link
Bridging the Missing Links in Odisha

ଶାହରୁଖ୍ ଖାନ୍‌ଙ୍କୁ ହତ୍ୟା ଧମକ ଘଟଣା: ରାୟପୁରରୁ ଧରାପଡ଼ିଲା ଅଭିଯୁକ୍ତ

ଓଏଲ୍‌ ବ୍ୟୁରୋ: ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ତରଫରୁ ବଲିଉଡର ଦବଙ୍ଗ ଷ୍ଟାର ସଲମାନ ଖାନଙ୍କୁ ଅନେକ ଥର ହତ୍ୟା ଧମକ ଦିଆଯିବା ପରେ ବଲିଉଡର କିଙ୍ଗ୍ ଶାହାରୁଖ ଖାନଙ୍କୁ ମଧ୍ୟ ହତ୍ୟା ଧମକ ମିଳିଥିବା ସାମ୍ନାକୁ ଆସିଛି। ଏହି ଘଟଣାରେ ବାନ୍ଦ୍ରା ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଏବେ ଖବର ଆସୁଛି ଯେ ଶାହାରୁଖଙ୍କୁ ଧମକ ଦେଇଥିବା ଅଭିଯୁକ୍ତଙ୍କୁ ରାୟପୁରରୁ ଗିରଫ କରାଯାଇଛି। ଛତିଶଗଡ଼ ରାୟପୁରରୁ ଅଭିଯୁକ୍ତ ଆଇନଜୀବୀ ମହମ୍ମଦ ଫୈଜାନ ଖାଁଙ୍କୁ ଗିରଫ କରାଯାଇଛି।

ସୂଚନା ମୁତାବକ, ରାୟପୁରର ଫୈଜାନ ନାମକ ଜଣେ ବ୍ୟକ୍ତି କଲ୍ କରି ହତ୍ୟା କରିବାକୁ ଧମକ ଦେଇଥିଲେ। ୫୦ ଲକ୍ଷ ଟଙ୍କା କୋଟି ଟଙ୍କା ଦିଅ, ନଚେତ୍ ମାରିଦେବି ବୋଲି କହିଥିଲେ ଅଭିଯୁକ୍ତ। ଏହି ଫୋନ୍ କଲ୍ ଶାହରୁଖ ଖାନଙ୍କ ପ୍ରଡକ୍ସନ୍ କମ୍ପାନି ରେଡ୍ ଚିଲିଜର କାର୍ଯ୍ୟାଳୟକୁ ଆସିଥିଲା। ଧମକ ପାଇବା ପରେ ଶାହରୁଖ ଖାନଙ୍କ ପ୍ରଡକ୍ସନ୍ କମ୍ପାନି ତୁରନ୍ତ ପୁଲିସ ନିକଟରେ ଅଭିଯୋଗ କରିଥିଲା। ଏହା ପରେ ମୁମ୍ବାଇର ବାନ୍ଦ୍ରା ପୁଲିସ ଷ୍ଟେସନରେ ଏକ ଏଫଆଇଆର ପଞ୍ଜିକୃତ କରାଯାଇଥିଲା। ଯାଞ୍ଚ ବେଳେ ଯେତେବେଳେ ପୁଲିସ ଏହି କଲକୁ ଟ୍ରାକ୍ କରିଥିଲା, ସେତେବେଳେ ଏହା ରାୟପୁରରୁ ଆସିଥିଲା ବୋଲି ଜଣାପଡ଼ିଥିଲା।

Leave A Reply

Your email address will not be published.